ବିଷ ଖାଇ ଆଖିବୁଜିଦେଲା ବିବାହିତ ଝିଅ, ଡାକ୍ତରଖାନାରେ ଚକ୍ଷୁଦାନ କରାଇଲେ ଝିଅର ମା’

ଭୁବନେଶ୍ବର(କେନ୍ୟୁଜ୍): ଆଖି ଆଗରେ  ଚାଲିଗଲା ବିବାହିତ ଝିଅ। ବ୍ୟବଚ୍ଛେଦ ପୂର୍ବରୁ ଆଖି ଦାନ କରାଇଲେ ଯୁବତୀଙ୍କ ମା। ଏଭଳି ଘଟଣା ଘଟିଛି ଚନ୍ଦକା ଥାନା ଅନ୍ତର୍ଗତ ଭୋଳ ଗାଁରେ। ମିଳିଥିବା ସୂଚନା ମୁତାବକ ଚନ୍ଦକା ଥାନା ଅଧିନସ୍ଥ ଭୋଳ ଗାଁରେ ରୁହନ୍ତି ପ୍ରେମା ଚେମି। ସ୍ବାମୀ ଚାଲିଯିବା ପରେ ୩ ଝିଅଙ୍କୁ ଦୁଃଖ କଷ୍ଟରେ ବଡ଼ କରିଛନ୍ତି । ତିନି ଝିଅଙ୍କ ମଧ୍ୟରୁ ବଡ଼ ଝିଅ ରୀନା ଭଲ ପାଇ ବିବାହ କରିଥିଲା। ବଡ଼ ଝିଅ ବିବାହ କରିବା ପରେ  ମଝିଆଁ ଝିଅ  ମାମିନା ବାହା ହେବା ପରେ ନିଜ କୁନି କନ୍ୟା ସନ୍ତାନକୁ ଧରି  ମାର ଦେଖା ରଖା କରିବା  ପାଇଁ ବାପଘରେ ଆସି ରହୁଥିଲା। ସଭା ସାନ ଝିଅ ଟିକିନା ବର୍ତ୍ତମାନ ସୁଦ୍ଧା ଅବିବାହତି ରହିଛନ୍ତି।

ଗତ କିଛି ଦିନ ହେବ ବଡ଼ ଝିଅ ରୀନା ମା ପାଖରେ ଆସି ରହିବାକୁ  ଲାଗିଲା। ରୀନା ରହିବା ପରେ ଘରେ ଛୋଟବଡ଼ ଝଗଡା ଲାଗି ରହିଲା । କିଛି  ଦିନ ପୂର୍ବ ବଡ଼ ଧରଣର ଝଗଡ଼ା ପାଇଁ ଚନ୍ଦକା ଥାନାରେ ମାମଲା ମଧ୍ୟ ହୋଇଥିଲା। ଥାନାରେ ମାମଲା ସମାଧାନ ପରେ ଉଭୟ ଘରେ ଭଲରେ ରହିଥିଲେ । କିନ୍ତୁ ଗତକାଲି ଅପରାହ୍ନରେ  ହଠାତ କୌଣସି  କାରଣରୁ ରୀନା ଓ ମାମିନାଙ୍କ ସହ ଝଗଡ଼ା ଲାଗିଥିଲା। ସେହି ଝଗଡ଼ାକୁ କେନ୍ଦ୍ର କରି ନେଇ ମଝିଆଁ ଝିଅ  ମାମିନା ବିଷ ଖାଇଦେଇଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ମାମିନାଙ୍କ ଶରୀର ବ୍ୟବଚ୍ଛେଦ ପୂର୍ବରୁ ତାଙ୍କ ମା ଡାକ୍ତରଙ୍କ ପରାମର୍ଶ କରି ମାମିନାଙ୍କ ଚକ୍ଷୁ ଦାନ କରାଇଥିଲେ। ଚକ୍ଷୁଦାନ ପରେ ମାମିନାଙ୍କ ମା କହିଛନ୍ତି ଝିଅ ସିନା ପାଖରୁ ଚାଲିଗଲା କିନ୍ତୁ ତା ଆଖିରେ ଆଉ କାହା ଦୁନିଆକୁ ଆଲୋକିତ କରିଦେଇଗଲା।

 

 

Leave A Reply

Your email address will not be published.