ଗଜପତି: ଟ୍ରକ ସହ ଗଞ୍ଜେଇ ଜବତ, ୩ ଜଣଙ୍କୁ ଗିରଫ କଲା ମୋହନା ପୋଲିସ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ପୋଲିସ ସୋମବାର କମଳାପୁର ନାକା ଗେଟ ଠାରେ ଯାନବାହନ ଯାଞ୍ଚ କରୁଥିବା ବେଳେ ଏକ ମିନିଟ୍ରକରୁ ୧୦ ଟି ବ୍ୟାଗରେ ଭର୍ତ୍ତି ହୋଇଥିବା ତିନି କୁଇଣ୍ଟାଲ ୫୦ କେ. ଜି ଗଞ୍ଜେଇ ଜବତ କରିଛି। ଉକ୍ତ ଗଞ୍ଜେଇ ରାୟଗଡା ଜ଼ିଲ୍ଲା ବିଷମକଟକରୁ ହରିୟାଣା ଚାଲାଣ ହେଉଥିବା ପୋଲିସ ସୂଚନା ଦେଇଛି l
ଗଞ୍ଜେଇ ଚାଲାଣ ଅଭିଯୋଗ ରେ ପୋଲିସ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ହରିୟାଣାର ବଲବିନ୍ଦର ସିଂ, ଜଗଜୀତ ସିଂ ସହ ବିଷମକଟକର ଜଣେ ସ୍ଥାନୀୟ ମାଫିଆକୁ ଗିରଫ କରିଛି। ତଦନ୍ତରେ ବାଧା ଉପୁଜିବା ସନ୍ଦେହରେ ପୋଲିସ ସ୍ଥାନୀୟ ଗିରଫ ମାଫିଆର ନାମ ଗୋପନ ରଖିଛି l ଜବତ ଗଞ୍ଜେଇର ମୂଲ୍ୟ ୩୫ ଲକ୍ଷ ହୋଇଥିବା ବେଳେ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଜିତ ନାୟକ ସୂଚନା ଦେଇଛନ୍ତି l