ହସପିଟାଲରେ ଭର୍ତ୍ତି ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସ୍ବାସ୍ଥ୍ଯବସ୍ଥା ସ୍ଥିର

ଭୁବନେଶ୍ବର : ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଦିଲ୍ଲୀସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁବାର ସକାଳେ ଭୁବନେଶ୍ବର ସ୍ଥିତ କଂଗ୍ରେସ ଭବନରେ ଦିବଂଗତ ନେତା ଅଜିତ ମଙ୍ଗରାଜଙ୍କ ଶୋକସଭାରେ ଯୋଗ ଦେବା ପରେ ଶ୍ରୀ ପଟ୍ଟନାୟକ ଅସୁସ୍ଥତା ଅନୁଭବ କରିଥିଲେ। ପରେ ସେ ତୁରନ୍ତ ଦିଲ୍ଲୀ ସ୍ଥିତ ମେଦାନ୍ତ ହସ୍ପିଟାଲ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି।

niranjan

ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କର ହୃଦ୍ଜନିତ ସମସ୍ୟା ସଂପର୍କିତ ବିଭିନ୍ନ ପରୀକ୍ଷା କରାଯାଉଛି। ତେବେ କୋଭିଡ ପରୀକ୍ଷାରେ ଶ୍ରୀ ପଟ୍ଟନାୟକଙ୍କ ରିପୋର୍ଟ ନେଗେଟିଭ ଥିବା ଜଣାପଡ଼ିଛି। ତାଙ୍କ ସ୍ବାସ୍ଥ୍ଯବସ୍ଥା ଠିକ୍ ରହିଛି ବୋଲି ପୁଅ ନବଜ୍ଯୋତି ପଟ୍ଟନାୟକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.