ପବିତ୍ର ରାମନବମୀ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା, ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ କରାଯାଇଛି ଅନୁରୋଧ

ପୁରୀ: ଆଜି ପବିତ୍ର ରାମନବମୀ । ଏହି ଅବସରରେ ପୁରୀ ବେଳାଭୂମିରେ ନିର୍ମାଣ ହୋଇଛି ବାଲୁକାକଳା। ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳାରେ ପ୍ରଭୁ ରାମଙ୍କର ଏକ ସୁନ୍ଦର ପ୍ରତ୍ତିମୂର୍ତ୍ତି ନିର୍ମାଣ କରିଛନ୍ତି।
ବର୍ତ୍ତମାନ ମହାମାରୀ କରୋନାର ଭୟାବହତାକୁ ନଜରରେ ରହି ଏହି ବାଲୁକାକଳା ମାଧ୍ୟମରେ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ଅନୁରୋଧ କରିଛନ୍ତି ସେ । ଯେଉଁ ବାଲୁକାକଳାକୁ ଦେଖିବାକୁ ବେଳାଭୂମୀରେ ଜମିଛି ଲୋକଙ୍କ ଭିଡ ।
Leave A Reply

Your email address will not be published.