ପୁଣି ଦାଦନ ଶ୍ରମିକ ଉପରେ ଦଲାଲଙ୍କ ଅତ୍ଯାଚାର, ଭାଇରାଲ ହେଉଛି ଏହି ଲୋମହର୍ଷଣକାରୀ ଭିଡିଓ

ବ୍ରହ୍ମପୁର: ପୁଣି ମାଡ ଖାଉଥିବା ଏକ ଯୁବକର ଭିଡିଓ ଭାଇରାଲ୍ ।  ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ କୁମ୍ଭାର ଗ୍ରାମର ଏକ ଯୁବକଙ୍କୁ କିଛି ବ୍ଯକ୍ତି ମାଡ ମାରୁଥିବାର ଭିଡିଓରେ ଦେଖିବାକୁ ମିଳିଛି । ଯାହା ଜଣାପଡିଛି ମାଡ ଖାଉଥିବା ଯୁବକ ଜଣଙ୍କ ଜଣେ ଦାଦନ ଶ୍ରମିକ। ଦାଦନ ଖଟିବାକୁ ଯିବାଲାଗି ମନା କରିବାରୁ ତାକୁ ଦିଆଯାଉଛି ଏଭଳି ଅକଥନୀୟ ନିର୍ଯ୍ୟାତନା । ଯାହାର ଏକ ଲୋମହର୍ଷଣକାରୀ ଭିଡିଓ ଭାଇରାଲ ହେଉଛି ।

କିଛି ଦଲାଲ କୁମ୍ଭାର ଗ୍ରାମର  ଯୁବକକୁ କୌଣସି ଏକ ସ୍ଥାନରେ ରଖି ଅମାନବୀୟ ଭାବେ ନିସ୍ତୁକ ମାଡ଼ ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଦୀର୍ଘ ସମୟ ଧରି ନିଶାଗ୍ରସ୍ତ ଅବସ୍ଥାରେ ଥିବା  ଶ୍ରମିକ ଠିକାଦାର ଓ ତାଙ୍କର କିଛି ସହଯୋଗୀ ମାନେ ଯୁବକକୁ ମାଡ ମାରିଛନ୍ତି । ତେବେ ଏତେ ମାଡ ଖାଇବା ପରେ କୌଣସି ମନ୍ତେ ଯୁବକ ଜଣକ ଶ୍ରମିକ ଦଲାଲଙ୍କ କବଳରୁ ଖସି ଆସିଥିବା ସଫଳ ହୋଇଛନ୍ତି। ଅନ୍ଯପଟେ ଏହି ଭିଡିଓ ଭାଇରାଲ ହେବା ପରେ ବେଗୁନିଆପଡ଼ା ପାଣ୍ଡି ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା । ଏହାପରେ ଉଭୟ ଦଲାଲ ଓ ଶ୍ରମିକ ଜଣଙ୍କୁ ଥାନାକୁ ଡକାଯାଇ ସମାଧାନ କରାଯାଇଥିବା ଜଣାପଡିଛି। ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.