ପୁଣି ଚମକିଲେ କିଟ୍‌ ଛାତ୍ର, IITବାରଣାସୀ ଏଫ୍‌ଏମ୍‌ସି ୱିକେଣ୍ଡ ଫେଷ୍ଟରେ ଚମକିଲେ କିଟ୍‌ ଛାତ୍ର ରାଜକିଶୋର ମହାପାତ୍ର

 କେନ୍ୟୁଜ୍(ବ୍ୟୁରୋ):  କିଟ୍‌ ଛାତ୍ରଙ୍କୁ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ପୁରସ୍କାର। ଆଇଆଇଟି ବାରଣାସୀଠାରେ ସଂପନ୍ନ ହୋଇଥିବା ଫିଲ୍ମ ଆଣ୍ଡ ମିଡିଆ କାଉନସିଲ -(ଏଫ୍‌ଏମ୍‌ସି) ୱିକେଣ୍ଡ ଫେଷ୍ଟରେ କିଟ୍‌ ସ୍କୁଲ ଅଫ୍‌ ଫିଲ୍ମ ଆଣ୍ଡ ମିଡିଆ ସାଇନସେସ୍‌ର ଛାତ୍ର ରାଜକିଶୋର ମହାପାତ୍ରଙ୍କ ପ୍ରସ୍ତୁତ ପ୍ରାମାଣିକ ଚଳଚ୍ଚିତ୍ର ‘ତାମସ’ ଶ୍ରେଷ୍ଠ ବିବେଚିତ ହୋଇ ପୁରସ୍କୃତ ହୋଇଛି। ଆଇଆଇଟି ବାରଣାସୀ ଦ୍ୱାରା ପ୍ରତିବର୍ଷ ଏଫ୍‌ଏମ୍‌ସି ୱିକେଣ୍ଡ ଫେଷ୍ଟ ଆୟୋଜନ କରାଯାଇଥାଏ। ଏହା ଭାରତର ସର୍ବବୃହତ ଓ ପ୍ରଥମ ଡିଜିଟାଲ ଆର୍ଟସ ଫେଷ୍ଟିଭାଲ।

rajkishore 1

ଓଡିଶାର ଜଣେ କିଶୋରଙ୍କ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର ଉପରେ ଆଧାରିତ ଘଟଣା ଉପରେ ରାଜକିଶୋର ଏହି ବୃତ୍ତଚିତ୍ର ନିର୍ମାଣ କରିଥିଲେ। ଜୁରୀଙ୍କ ଦ୍ୱାରା ବୃତ୍ତଚିତ୍ର ତାମସ ବେଶ ପ୍ରଶଂସିତ ହେବା ସହ ଶ୍ରେଷ୍ଠ ବିବେଚିତ ହୋଇଥିଲା। ପୂର୍ବରୁ ୨୦୧୯ରେ ରାଜକିଶୋରଙ୍କ ନିର୍ମିତ ବୃତ୍ତଚିତ୍ର ମାୟା-ଏ ଷ୍ଟେଟ୍‌ ଅଫ୍‌ ଟ୍ରାନ୍‌ସ ଫିଲାଡେଲଫିଆ ୟୁଥ୍‌ ଫିଲ୍ମ ଫେଷ୍ଟିଭାଲର୍‌ ଶ୍ରେଷ୍ଠ ବିବେଚିତ ହେବା ସହ ଅନେକ ଫିଲ୍ମ ଫେଷ୍ଟିଭାଲରେ ଅଶଂଗ୍ରହଣ କରିବାର ସୁଯୋଗ ପାଇଥିଲା।

rajkishore 2

ଏହା ବ୍ୟତୀତ ରାଜକିଶୋର ତାଙ୍କର ସାମାଜିକ କାର୍ଯ୍ୟକଳାପ ପାଇଁ ୨୦୧୯ରେ ୟୁଥ୍‌ ଇନ୍‌ ଆଉଟ୍‌ଷ୍ଟାଣ୍ଡିଂ କନ୍‌ଟ୍ରିବ୍ୟୁସନ୍‌ ଫର୍‌ ସୋସିଆଲ କଜ୍‌ ପୁରସ୍କାର ପାଇଥିଲେ। ରାଜକିଶୋରଙ୍କ ସଫଳତାରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.