ଦୁନିଆର ଏହି ଏକମାତ୍ର ବ୍ୟକ୍ତି ଯାହାଙ୍କ ଅସ୍ଥି ପୋତାଯାଇଛି ଚନ୍ଦ୍ରପୃଷ୍ଠରେ, ଜାଣନ୍ତୁ ସେ କିଏ

ଦୁନିଆରେ ଏମିତି ଅନେକ ଆଶ୍ଚର୍ଯ୍ୟକାରୀ ଘଟଣା ରହିଛି ଯାହାକୁ ଆପଣ ଜାଣିଲେ ବିଶ୍ୱାସ କରିପାରିବେ ନାହିଁ । ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଘଟଣା ସଂପର୍କରେ କହିବାକୁ ଯାଉଛୁ ଯାହା ଆପଣଙ୍କ ହୋସ ଉଡାଇଦେବ । ଚନ୍ଦ୍ରମାରେ ଜଣଙ୍କ ଅସ୍ଥିକୁ ପୋତାଯାଇଛି । ଆଜ୍ଞା ହଁ, ବିଶ୍ୱାସ ନକଲେ ବି ଏହା ସତ । ଚାଲନ୍ତୁ ଜାଣିବା ତାଙ୍କ ସଂପର୍କରେ ।

ଯେଉଁ ବ୍ୟକ୍ତିଙ୍କର ଜହ୍ନ ରାଇଜରେ ଅସ୍ଥିକୁ ପୋତାଯାଇଛି ତାଙ୍କ ନାମ ହେଉଛି Eugene Shoemaker । ଏହି ବ୍ୟକ୍ତି ଜଣଙ୍କ ଆମେରିକାର ବୈଜ୍ଞାନିକ ଥିଲେ । ୟୁଜିନଙ୍କ ୨୮ ଅପ୍ରେଲ ୧୯୨୮ ମସିହାରେ ହୋଇଥିଲା । ବୈଜ୍ଞାନିକତା କ୍ଷେତ୍ରରେ ତାଙ୍କୁ ୧୯୯୨ ମସିହାରେ ତତ୍କାଳିନ ରାଷ୍ଟ୍ରପତି ଜର୍ଜ ଏଚ୍‌. ଡବ୍ଲ୍ୟୁ ବୁଶଙ୍କ ଦ୍ୱାରା ରାଷ୍ଟ୍ରୀୟ ପଦକରେ ସମ୍ମାନିତ କରାଯାଇଥିଲା ।

ସ୍ପେଶକୁ ଯିବାପାଇଁ ଇଚ୍ଛୁକ ଅନ୍ତରୀକ୍ଷ ଯାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଥିଲେ । ସେ ୟୁଟା ଓ କୋଲୋରୋଡାରେ ୟୁରାନିୟମ ଭଣ୍ଡାରର ପ୍ରଥମେ ଅନୁସନ୍ଧାନ କରିଥିଲେ । ଏହାସହ ସେ ଜ୍ୱାଲାମୁଖି ପ୍ରକ୍ରିୟାକୁ ମଧ୍ୟ ଅଧ୍ୟୟନ କରିଥିଲେ । ୧୨କିଲୋମିଟରର ଉଲକା ପିଣ୍ଡ ସଂପର୍କରେ ମଧ୍ୟ ସେ ରିସର୍ଚ୍ଚ କରିବାକୁ ଚାହିଁଥିଲେ । ଯାହା ପୃଥିବୀ ଉପରେ ନିଜର ପ୍ରଭାବ ପକାଇଥିଲା ।

444
pc: Dailyhunt

ବୈଜ୍ଞାନିକଙ୍କ ମତରେ, ଏହି ପ୍ରଭାବ ପରେ ପୃଥିବୀ ପୃଷ୍ଠରୁ ଡାୟେନୋସରଙ୍କ ସମତେ ୮୦% ର ସମସ୍ତ ଜୀବ କୁଆଡେ ବିଲୁପ୍ତ ହୋଇଯାଇଥିଲେ । ମେକ୍ସିକୋର ୟୁକାଟନ ପ୍ରାୟଦ୍ୱିପର ମତାନୁସାରେ ଏମାନଙ୍କ ବିଲୁପ୍ତ ହେବାର କାରଣ ପୃଥିବୀ ପୃଷ୍ଠରେ ପଡିଥିବା ଉଲକା ପିଣ୍ଡ ପାଇଁ ହୋଇଛି । ଏହି ବୈଜ୍ଞାନିକଙ୍କ ମୃତ୍ୟୁ ୧୮ ଜୁଲାଇ ୧୯୯୭ରେ ହୋଇଥିଲା । ଏହି ଦୁର୍ଘଟଣାରେ ତାଙ୍କ ପତ୍ନୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

ତେବେ ଅନ୍ତରୀକ୍ଷ ଯାତ୍ରୀଙ୍କୁ ସ୍ପେଶକୁ ଯିବାପାଇଁ ୟୁଜିନଙ୍କ ତରଫରୁ ଟ୍ରେନିଂ ଦିଆଯାଉଥିଲା । ୟୁଜିନଙ୍କର ମଧ୍ୟ ସ୍ୱପ୍ନ ଥିଲା ସ୍ପେଶକୁ ଯିବାପାଇଁ । ଚନ୍ଦ୍ରପୃଷ୍ଠକୁ ଯାଇ ସେ ସବୁ କିଛି ଅନୁଭବ କରିବା ପାଇଁ । କିନ୍ତୁ ତାହା ଆଗରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ବଞ୍ଚିଥିବା ସମୟରେ ସେ ଚନ୍ଦ୍ରକୂୁୂ ଯାଇପାରିନଥିଲେ । ମାତ୍ର ତାଙ୍କ ମୃତ୍ୟୁର ୨ବର୍ଷ ପରେ ୧୯୯୯ ମସିହାରେ ନାସାରୁ ବୈଜ୍ଞାନିକମାନେ ଯାଇ ତାଙ୍କ ଅସ୍ଥିକୁ ଚନ୍ଦ୍ର ପୃଷ୍ଠରେ ପୋତିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.