Below header

ମୟୁରଭଞ୍ଜ:ନୃଶଂସ ସାଜିଲେ ସ୍ୱାମୀ ଓ ପୁଅ ,ଟଙ୍କା ନେଣଦେଣକୁ ନେଇ ସ୍ତ୍ରୀକୁ ବାଡେଇ ବାଡେଇ ମରିଦେଲେ

ଉଦଳା(କେନ୍ୟୁଜ୍):  ପାରିବାରିକ କଳହ ନେଲା ଉଗ୍ର ରୂପ । ସ୍ୱାମୀ ଏବଂ ସ୍ତ୍ରୀ ମଧ୍ଯରେ ଟଙ୍କା ନେଣଦେଣକୁ ନେଇ କଥା କଟାକଟି ହେବା ପରେ ଅତି ନିର୍ଦ୍ଦୟ ଭାବେ ସ୍ତ୍ରୀ କୁ ବାଡେଇ ବାଡେଇ ହତ୍ଯା କରିଲେ ସ୍ୱାମୀ ଏବଂ ପୁଅ । ଉଦଳା ଥାନା ଦିଘି ନୂଆସାହି ଗ୍ରାମର ଚନ୍ଦ୍ରିକା ବେହେରା ଗତକାଲି ରାତିରେ ଘରେ ଥିବା ବେଳେ କିଛି ଟଙ୍କା ନେଣଦେଣକୁ ନେଇ ତାଙ୍କ ସ୍ୱାମୀ ଛତିଶ ବେହେରାଙ୍କ ସହିତ କଥା କଟାକଟି ହୋଇଥିଲା । କଥା କଟାକଟି ହେବା ପରେ ସ୍ୱାମୀ ଛତିଶ ବେହେରା ଏବଂ ପୁଅ କାର୍ତିକ ବେହେରା ଅତି ନିର୍ଦ୍ଦୟ ଭାବେ ଚନ୍ଦ୍ରିକାଙ୍କୁ ବାଡେଇ ବାଡେଇ ଗୁରୁତର କରିଥିଲେ ।

ପରେ ତାଙ୍କ ପାଟିରେ ବିଷ ଦେଇଥିଲେ । ସେ ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ପରେ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଥିଲା । ହେଲେ ବାରିପଦାରେ ଚନ୍ଦ୍ରିକାଙ୍କର ମୃତ୍ୟୁ  ହୋଇଛି । ଏହାକୁ ନେଇ ଚନ୍ଦ୍ରିକାଙ୍କର  ଭାଇ ତାଙ୍କ ଭଉଣୀଙ୍କୁ ହତ୍ଯା କରାଯାଇଥିବାର ଲିଖିତ ଅଭିଯୋଗ  କରିଛନ୍ତି । ଅନ୍ଯପଟେ ଘଟଣା ଭିଆଇବା ପରେ ଉଭୟ ସ୍ୱାମୀ ଏବଂ ପୁଅ ଫେରାର ହୋଇଯାଇଥିବା ଜଣାଯାଇଛି । ତେବେ ବାଡେଇ ବାଡେଇ ହତ୍ଯା କରିବା ଘଟଣାକୁ  ଚନ୍ଦ୍ରିକାଙ୍କର ଶ୍ୱଶୁର ଅସ୍ୱୀକାର  କରିଛନ୍ତି । ଉଦଳା ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.