ଅସହ୍ୟ ତାତିରେ ସିଝୁଛି ସାରା ଓଡ଼ିଶା, ୪୦ ଡିଗ୍ରି ଉପରେ ୧୭ଟି ସହରର ତାପମାତ୍ରା

କେନ୍ୟୁଜ୍(ବ୍ୟୁରୋ):  ପୁଣି ଡହ ଡହ ତାତି । ସିଝୁଛି ସାରା ଓଡ଼ିଶା । ଆଜି ବି ରାଜ୍ୟର ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରହିଛି । ସବୁଠୁ ଉତ୍ତପ୍ତ ପାଲଟିଛି ବୌଦ୍ଧ । ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୩.୦ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ଆଗାମୀ ତିନି ଦିନ ଯାଏ ତାତିରୁ ନିସ୍ତାର ନାହିଁ । ଆସନ୍ତାକାଲି ଯାଏ ପାଞ୍ଚ ଜିଲ୍ଲା (ଖୋର୍ଦ୍ଧା, କଟକ, ଢେଙ୍କାନାଳ, ମୟୂରଭଞ୍ଜ ଓ ବାଲେଶ୍ୱର)କୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ ।

ଏସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହିଟ୍‌ େଓ୍ଵଭ୍‌ କଣ୍ଡିସନ୍‌ ଜାରି ରହିବ । ସେହିପରି ୨୮ ତାରିଖ ପାଇଁ କଟକ, ଖୋର୍ଦ୍ଧା ଓ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ଉପକୂଳ ଓଡ଼ିଶାରେ ଦୁଇ ଦିନ ପରେ ତାତି ସାମାନ୍ୟ କମିପାରେ । ୨୮ ତାରିଖ ପରେ କାଳବୈଶାଖି ବର୍ଷା ସମ୍ଭାବନା ଥିବାରୁ ତାତି କମିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.