ସଂକ୍ରମଣ ଭୟ: ଭାରତରୁ ଉଡ଼ାଣ ଉପରେ ଅଷ୍ଟ୍ରେଲିଆ ବି ଲଗାଇଲା ରୋକ୍‌, ୧୫ ମେ’ ପର୍ଯ୍ୟନ୍ତ ରହିଛି ଏହି ନିର୍ଦ୍ଦେଶ

ଭାରତରେ କୋଭିଡ୍‌ ସଂକ୍ରମଣର ପ୍ରକୋପକୁ ନଜରରେ ରଖି ଅଷ୍ଟ୍ରେଲିଆ ମଙ୍ଗଳବାରଠାରୁ ଭାରତରୁ ସମସ୍ତ ସିଧା ଯାତ୍ରୀବାହୀ ବିମାନ ଉଡ଼ାଣ ଉପରେ ରୋକ ଲଗାଇ ଦେଇଛି। ପ୍ରଧାନମନ୍ତ୍ରୀ ସ୍କଟ୍‌ ମାରିସନଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ ଆସନ୍ତା ମେ’ ୧୫ ତାରିଖ ପର୍ଯ୍ୟନ୍ତ ଭାରତରୁ କୌଣସି ବିମାନ ଅଷ୍ଟ୍ରେଲିଆ ଯିବ ନାହିଁ।

ଏଥି ପୂର୍ବରୁ ମଧ୍ୟ ଥାଇଲାଣ୍ଡ, ସିଙ୍ଗାପୁର, ବାଂଲାଦେଶ ଓ ବ୍ରିଟେନ ଭଳି କେତେକ ଦେଶ ଭାରତରୁ ହେବାକୁ ଥିବା ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି। ଭାରତରେ ଗତ ୬ ଦିନ ଭିତରେ ସଂକ୍ରମଣର ନୂଆ ମାମଲା ୩ ଲକ୍ଷ ପାର୍‌ ହୋଇଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପ୍ରମୁଖ ଅଧନମ୍‌ ଘେବ୍ରେସସ୍‌ କହିଛନ୍ତି, ‘ବିଶ୍ୱର ଦ୍ୱିତୀୟ ଜନବହୁଳ ଦେଶ ଭାରତରେ ମହାମାରୀ କାରଣରୁ ସ୍ଥିତି ହୃଦୟ ବିଦାରକ ରହିଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.