ଯାଜପୁର ରୋଡ(କେନ୍ୟୁଜ): ଚଳନ୍ତା କାଠ ବୋଝେଇ ଟ୍ରକରେ ନିଆଁ ଲାଗି ଜଳିଗଲା ଟନ ଟନ କାଠ। ୨୦ ନମ୍ବର୍ ଜାତୀୟ ରାଜପଥ ଅନ୍ଧାରି ଛକ ନିକଟରେ ହଠାତ୍ ଶାଳ କାଠ ବୋଝେଇ ଟ୍ରକରେ ନିଆଁ ଲାଗି ଯିବାରୁ ଟ୍ରକ ଡ୍ରାଇଭର ଏହାକୁ ରାସ୍ତା କଡରେ ଲାଗାଇଦେଇଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହାକୁ ଆୟତ କରିବା ସମ୍ଭବ ହୋଇପାରି ନଥିଲା।
ଶେଷରେ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। ରାଜପଥ ଉପରେ ଅଗ୍ନିକାଣ୍ଡ ହୋଇଥିବା ଟ୍ରକଟି ଠିଆ ହୋଇଥିବାରୁ ଜାତୀୟ ରାଜପଥରେ ଅନେକ ଗାଡି ଅଟକି ରହିଛି। କୋରେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଟ୍ରାଫିକ୍ ନିୟନ୍ତ୍ରଣ କାର୍ଯ୍ୟ ଆରମ୍ଭ କରିଛି।