କରୋନା ପାଇଁ ଆସନ୍ତା ମାସରେ ହେବାକୁ ଥିବା ୟୁପିପିଏସସି ପରୀକ୍ଷାକୁ କରାଗଲା ସ୍ଥଗିତ

କରୋନା କାଳ ସମସ୍ତଙ୍କୁ ଚିନ୍ତାଗ୍ରସ୍ଥ କରିସାରିଲାଣି । ଏହା ଦେଶର ପ୍ରତିଟି ବ୍ୟବସ୍ଥା ଉପରେ ନିଜର କୁପ୍ରଭାବ ପକାଇଛି । ବିଶେଷ କରି ଶିକ୍ଷା ବ୍ୟବସ୍ଥା ଏବେ ବିପଦ ପରିସ୍ଥିତିରେ ରହିଛି । ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶିକ୍ଷା ବ୍ୟବସ୍ଥାକୁ ଅନଲାଇନ ମୋଡ କରାଯାଉଛି । କରୋନା କାଳ ଯୁବ ବର୍ଗଙ୍କ ପାଇଁ ମଧ୍ୟ ଅନେକ ସମସ୍ୟା ଆଣିଛି । ଯେଉଁମାନଙ୍କ ଭବିଷ୍ୟତକୁ ନେଇ ଏବେ ପ୍ରଶ୍ନ ଉଠୁଛି । ଚାକିରୀ ପାଇଁ ଏବେ ପଦବୀ ବାହାରୁନି । ଯେବେ ବାହାରୁଛି ତାହା କରୋନା ପାଇଁ ରଦ୍ଧ ହୋଇଯାଉଛି । ଏଥିରେ ଅନେକ ଆଶାୟୀ ପ୍ରାର୍ଥଙ୍କ ଆଶା ମଧ୍ୟ ଭାଙ୍ଗି ଯାଉଛି । ଏବେ ଏଭଳି ଏକ ଘଟଣା ପୁଣି ସାମ୍ନାକୁ ଆସିିଛି । ଆଗକୁ ହେବାକୁ ଥିବା ୟୁପିପିଏସସି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଜାଣି ନିଅନ୍ତୁ ସେ ସଂପର୍କରେ ।

ଉତ୍ତରପ୍ରଦେଶ ଲୋକସେବା ଆୟୋଗ ପକ୍ଷରୁ କମ୍ବାଇଣ୍ଡ ଷ୍ଟେଟ ଏଗ୍ରୀକଲଚର ସର୍ଭିସେସ , ପ୍ରିନ୍ସିପଲ ଗ୍ରେଡ ୩ ,ଭାଇସ୍ ପ୍ରିନ୍ସିପାଲ ଓ ଆସିଷ୍ଟାଣ୍ଟ ଡାୟକ୍ଟେର ପଦବୀ ପାଇଁ ହେବାକୁ ଥିବା ପରୀକ୍ଷା ଉପରେ ରୋକ ଲଗାଯାଇଛି । କରୋନା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏହି ପରୀକ୍ଷା ୨୩ ମଇ ଓ ୩୦ ମଇରେ ହୋଇଥାନ୍ତା ।

କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆୟୋଗଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି । କିନ୍ତୁ ୧୩ ଜୁନରେ ହେବାକୁ ଥିବା ସମ୍ମଳିତ ରାଜ୍ୟ ଅଧିନସ୍ଥ ସେବା ୨୦୨୧ର ପ୍ରାରମ୍ଭିକ ପରୀକ୍ଷା ସଂପର୍କରେ କୌଣସି ଅପଡେଟ ଦିଆଯାଇନାହିଁ । ଏହି ପରୀକ୍ଷା ପାଇଁ ୨୩ଟି ଜିଲ୍ଲାରେ ୨ପ୍ଲାଟୁନ ପୋଲିସ ଫୋର୍ସ ସକାଳ ୯.୩୦ରୁ ୧୧.୩୦ ଏବଂ ୨.୩୦ରୁ ୪.୩୦ ପର୍ଯ୍ୟନ୍ତ ରହିବେ । ଏହାସହ ପରୀକ୍ଷାର୍ଥଙ୍କୁ ସାମଜିକ ଦୂରତା ମଧ୍ୟରେ ରହି ପରୀକ୍ଷା ଦେବାକୁ ପଡିବ । ୨ମିଟର ଦୂରତାରେ ମଧ୍ୟରେ ସିଟିଙ୍ଗ ଆରେଞ୍ଜ କରାଯିବ । ଏଥିପାଇଁ ୨୩ ଜିଲ୍ଲାର ଅଧିକାରୀଙ୍କୁ ଚିଠି ଲେଖି ପରୀକ୍ଷା କେନ୍ଦ୍ର ସମ୍ବନ୍ଧୀୟ ସମସ୍ତ ପ୍ରସ୍ତାବ ମଗାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.