କେନ୍ଦୁଝର: ତୁରୁମୁଙ୍ଗା ଥାନା ଖୀରେଇଟାଙ୍ଗିରୀ ଗାଁରେ ପୋଖରୀରେ ବୁଡି ଶିଶୁକନ୍ୟା ମୃତ

କେନ୍ଦୁଝର(କେନ୍ୟୁଜ୍):କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖୀରେଇଟାଙ୍ଗିରୀ ଗ୍ରାମର ଉଦଗର ସାହିରେ ଘଟିଛି ଅଭାବନୀୟ ଘଟଣା । ପୋଖରୀରେ ବୁଡି ୬ ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଛି । ମୃତ ଶିଶୁ ହେଲେ ଗ୍ରାମର ଚନ୍ଦ୍ରମଣି ନାଏକଙ୍କ ଝିଅ ଲତିକା ରାଣୀ ନାଏକ।  ସୂଚନା ଅନୁସାରେ  ଶିଶୁ କନ୍ୟା ନିଜ ଖୁଡି ସହିତ ଘର ପାଖରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ ବୁଡି ଯାଇଥିଲା।

ପରିବାର ଲୋକେ ପୋଖରୀ ଭିତରୁ ଶିଶୁ କନ୍ୟାକୁ  ଉଧାର କରି ଚିକିତ୍ସା ପାଇଁ କେନ୍ଦୁଝର ମେଡିକାଲକୁ ନେଇଥିଲେ କିନ୍ତୁ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ କରାଇଛି। ଏନେଇ ତୁରୁମୁଙ୍ଗା ଥାନାରେ ୧୩/୨୧ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.