କରୋନା କାଳରେ ଏବେ ମୁଖ୍ୟ ସମସ୍ୟା ବଢ଼ୁଥିବା ବାୟୁପ୍ରଦୂଷଣ ସହ ଅକ୍ସିଜେନ ଅଭାବ

କରୋନା କାଳରେ ଅତ୍ୟଧିକ ବାୟୁ ପ୍ରଦୂଷଣ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବଡ ଚ୍ୟାଲେଞ୍ଜ ଦେଇଛି । ଏହି ସମୟରେ ଶ୍ୱାସକ୍ରିୟା ଜନିତ ସମସ୍ୟା ଲୋକଙ୍କ ମଧ୍ୟରେ ଅଧିକ ମାତ୍ରାରେ ଦେଖିବାକୁ ମିଳିଛି । ଏହାକୁ ନେଇ ଏବେ ସାରା ଦେଶ ଚିନ୍ତାଗ୍ରସ ହୋଇପଡିଛି । ଅକ୍ସିଜେନ ଅଭାବ ଏବେ ସାରା ଦେଶରେ ଦେଖିବାକୁ ମିଳୁଛି । ଏଥପାଇଁ ଏକ ରିପୋର୍ଟ ସାମ୍ନାକୁ ଆସିଛି । ଚାଲନ୍ତୁ ଜାଣିବା ସେ ସଂପର୍କରେ ।

ଦେଶର ରାଜଧାନୀ ନୂଆ ଦିଲ୍ଲୀ ସମେତ ଭାରତର ଅନେକ ସହରରେ ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ପରିସ୍ଥିତି ପାଇଁ ଏହା ଏକ ମୁଖ୍ୟ ସମସ୍ୟା ହୋଇଗଲାଣି । ମହାମାରୀ କାରଣରୁ ଲୋକଙ୍କ ମଧ୍ୟରେ ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖ।ଯାଉଛି । ଏଥିପାଇଁ ରିସର୍ଚ୍ଚର ମାନେ ୨୦୦୫ ରୁ ୨୦୧୮ ମଧ୍ୟରେ ବାୟୁ ପ୍ରଦୁଷଣ ପ୍ରବୃତ୍ତିକୁ ଅଧ୍ୟୟନ କରିବା ପାଇଁ ଅନ୍ତରୀକ୍ଷ ଆଧାରିତ ଉପକରଣର ସାହାଯ୍ୟ ଲୋଡ଼ିଛନ୍ତି।

ଏହି ଅଧ୍ୟୟନ ପାଇଁ ବେଲଜିୟମ,ଭାରତ ଓ ବ୍ରିଟେନ ଭଳି ଅନ୍ତରାଷ୍ଟ୍ରିୟ ଦଳକୁ ସାମିଲ କରାଯାଇଛି । ଏଥିରୁ ସଂଗୃହିତ ରିପୋର୍ଟ ଅନୂୁଯାୟୀ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସୂକ୍ଷ୍ମ କଣିକା(୨.୫) ଓ ନାଇଟ୍ରୋଜେନ ଡାଇଅକ୍ସାଇଡ ୨ଟି ବିଷାକ୍ତ ଗ୍ୟାସ ଦିଲ୍ଲୀ ଓ କାନପୁର ସହରରେ ଅଧିକ ମାତ୍ରାରେ ବଢ଼ୁଛି । ଦିଲ୍ଲୀ ଦେଶର ରାଜଧାନୀ ହୋଇଥିବା ବେଳେ ସେଠାର ଏଭଳି ପରିସ୍ଥିତି ଏବଂ ତାସହ କାନପୁର ଭଳି ସହର ଯାହା WHO ଦ୍ୱାରା  ୨୦୧୮ରେ ଦୁନିଆର ସବୁଠୁ ପ୍ରଦୂଷିତ ସହର ରୂପେ ଘୋଷଣା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.