ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ମତଦାନ ପରେ ଆସିଲା ବୁଥ୍‌ ବାହୁଡ଼ା ମତ, ବେଙ୍ଗଲରେ ପୁଣି କ୍ଷମତାକୁ ଆସିବେ ଦିଦି

କେନ୍ୟୁଜ୍(ବ୍ୟୁରୋ): ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ମତଦାନ ପରେ ଆସିଲା ବୁଥ୍‌ ବାହୁଡ଼ା ମତ । ବେଙ୍ଗଲରେ ପୁଣି କ୍ଷମତାକୁ ଆସିବେ ଦିଦି । ତୃତୀୟ ଥର ପାଇଁ ହେବେ ମୁଖ୍ୟମନ୍ତ୍ରୀ । ତେବେ ବିଜୟ ବ୍ୟବଧାନ କମ୍‌ ରହିବ । କଡ଼ା ଟକ୍କର ଦେବ ବିଜେପି । ବିଭିନ୍ନ ସଂସ୍ଥାର ଏଗଜିଟ୍‌ ପୋଲ ଆକଳନ ଅନୁଯାୟୀ ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ପ୍ରାୟ ଦେଢ଼ ଶହ ଆସନରେ ଜିତିବ ଟିଏମ୍‌ସି । ଏବିପି ନ୍ୟୁଜ୍‌ ଟିଏମସିକୁ ୧୫୨ରୁ ୧୬୪ ସିଟ୍‌ ଦେଇଛି । ବିଜେପିକୁ ୧୦୯ରୁ ୧୨୧, ବାମଦଳ ମେଣ୍ଟକୁ ୧୪ରୁ ୨୫ ଆସନ ମିଳିବା ନେଇ ଆକଳନ କରିଛି ଏବିପି ନ୍ୟୁଜ୍‌ ।

ସେହିପରି ରିପବ୍ଲିକ ଭାରତ ଟିଏମସିକୁ ୧୨୬ରୁ ୧୩୬, ବିଜେପିକୁ ୧୩୮-୧୪୮ ଆସନ, ବାମଦଳ ମେଣ୍ଟକୁ ୬-୯ ଓ ଅନ୍ୟାନ୍ୟ ଦଳଙ୍କୁ ଦେଇଛି ୪ଟି ସିଟ୍‌ । ଟାଇମ୍ସ ନାଓର ସର୍ଭେ ପଶ୍ଚିମବଙ୍ଗରେ ଟିଏମସିକୁ ୧୫୮, ବିଜେପିକୁ ୧୧୫, ୟୁପିଏ ମେଣ୍ଟରୁ ମିଳିପାରେ ୧୯ ଆସନ । ଟାଇମ୍ସ୍ସ ନାଓ ଟିଏମସିକୁ ୧୫୮, ବିଜେପିକୁ ୧୧୫, ବାମମେଣ୍ଟକୁ ୧୯ ଆସନ ଦେଇଛି । ସେହିପରି ଇଣ୍ଡିଆ ଟୁଡେ ତୃଣମୂଳ କଂଗ୍ରେସକୁ ୧୩୦ରୁ ୧୫୬, ବିଜେପିକୁ ୧୩୪ରୁ ୧୬୦ ଓ କଂଗ୍ରେସ ଖାତାରେ ପଡ଼ିପାରେ ୨ଟି ଆସନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.