ଭ୍ୟାକ୍ସିନର ପ୍ରଥମ ଡୋଜ୍ ନେବା ପରେ ବି ଯଦି ହେଉଛନ୍ତି କରୋନା ସଂକ୍ରମିତ, ତେବେ କେତେ ଦିନ ପରେ ନେବେ ଦ୍ଵିତୀୟ ଡୋଜ୍

ଏବେ ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଟିକା ଆସିଥିଲେ ମଧ୍ୟ ସଂକ୍ରମଣ କିନ୍ତୁ କମିବାର ନାଁ ଧରୁନି। କେବଳ ସଂକ୍ରମଣ ନୁହେଁ ମୃତ୍ୟୁହାର ବି ଆଶାତୀତ ଭାବେ ବୃଦ୍ଧି ପାଇଛି। ଏବେ ଦେଶରେ ପ୍ରତିଦିନ ହଜାର ହଜାର ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି। ତେବେ କରୋନା ଟିକାର ପ୍ରଥମ ଡୋଜ ନେବା ପରେ ବି ଏବେ ଲୋକମାନେ କରୋନା ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। ଏଣୁ ସେମାନଙ୍କ ମନରେ ଦ୍ଵିତୀୟ ଡୋଜ ନେବେ କି ନାହିଁ ସେ ନେଇ ଦ୍ବନ୍ଦ୍ୱ ଉପୁଜୁଛି। ଏନେଇ ଅନେକ ଲୋକ ବିଶେଷଜ୍ଞଙ୍କୁ ପ୍ରଶ୍ନ ବି କରୁଛନ୍ତି।
ଯଦି କୌଣସି ବ୍ୟକ୍ତି କରୋନା ଟିକାର ପ୍ରଥମ ଡୋଜ ନେବା ପରେ କୋଭିଡ ପଜିଟିଭ ହେଉଛନ୍ତି, ତେବେ ସେ କେତେ ଦିନ ପରେ ଦ୍ଵିତୀୟ ଡୋଜ ନେଇପାରିବେ ଆସନ୍ତୁ ଜାଣିବା…

ଏନେଇ ବିଶେଷଜ୍ଞ କୁହନ୍ତି ଯେ ଯଦି ଜଣେ ବ୍ୟକ୍ତି କରୋନା ଟିକାର ପ୍ରଥମ ଡୋଜ ନେବା ପରେ ପଜିଟିଭ ହେଉଛନ୍ତି ତେବେ ତାଙ୍କୁ ପ୍ରଥମ ଭ୍ୟାକ୍ସିନର ୮ ସପ୍ତାହ ପରେ ଅର୍ଥାତ ୨ ମାସ ପରେ ଦ୍ଵିତୀୟ ଡୋଜ ନେବା ଉଚିତ।

ଅନ୍ୟପଟେ କରୋନା କବଜାରେ ନ ଆସିଥିବା ଲୋକଙ୍କୁ ମଧ୍ୟ ପ୍ରଥମ ଡୋଜ ଓ ଦ୍ଵିତୀୟ ଡୋଜ ମଧ୍ୟରେ ୨୮-୪୦ ଦିନ ବ୍ୟବଧାନ ରଖିବାକୁ ପରାମର୍ଶ ଦିଆଯାଉଛି।

ସୂଚନାଯୋଗ୍ୟ ଯେ, ଏବେ ଦେଶରେ ପାଖାପାଖି ୨୦ କୋଟି ଲୋକ କରୋନା ଟିକାର ପ୍ରଥମ ଡୋଜ ନେଇ ସାରିଥିବା ବେଳେ ସେଥି ମଧ୍ୟରୁ ୧୦ ପ୍ରତିଶତ ପୁଣିଥରେ ସଂକ୍ରମିତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.