ପତ୍ନୀକୁ ହଇରାଣ କରୁଥିଲେ ଯୁବକ, ବାହୁବଳୀ କଙ୍କଡ଼ା ହାତରେ ତିଆରି କରିଦେଲା ସୁରକ୍ଷା କବଚ; ଦେଖନ୍ତୁ ଭିଡିଓ

ସ୍ୱାମୀ ସ୍ତ୍ରୀର ସମ୍ପର୍କ ଖୁବ ମଜଭୁତ ହୋଇଥାଏ। ସ୍ତ୍ରୀର ସୁରକ୍ଷା ଦାୟିତ୍ୱ ସ୍ୱାମୀ ଉପରରେ ନ୍ୟସ୍ତ ଥାଏ। କେବଳ ମଣିଷ ନୁହେଁ, ଜୀବଜନ୍ତୁଙ୍କ କ୍ଷେତ୍ରରେ ମଧ୍ୟ ସେଭଳି ହୋଇଥାଏ। ମଣିଷମାନଙ୍କ ଭଳି ସେମାନେ ମଧ୍ୟ ନିଜ ସାଥିକୁ ସବୁ ବିପଦ ଆପଦରୁ ରକ୍ଷା କରିଥାନ୍ତି। ଏବେ ସେଭଳି କଙ୍କଡ଼ାର ଏକ ଭିଡିଓ ଭାଇରାଲ ହେଉଛି। ଯିଏ ନିଜ ସାଥୀକୁ ସୁରକ୍ଷା ଯୋଗାଇବାକୁ ନିଜେ କବଚ ପାଲଟିଯାଉଛି।

ଦେଖନ୍ତୁ ଭିଡିଓ:

ଭିଡିଓରେ ଦେଖାଯାଇଛି ଯେ ଜଣେ ବ୍ୟକ୍ତି ଆସି ମାଈ କଙ୍କଡ଼ାକୁ ହଇରାଣ କରୁଛନ୍ତି। ଏହା ଦେଖିବା ପରେ ଅଣ୍ଡିରା କଙ୍କଡ଼ା ଆସୁଛି ଓ ନିଜ ସାଥୀ କଙ୍କଡ଼ା ଚାରି ପଟେ ଏକ ସୁରକ୍ଷା କବଚ ତିଆରି କରୁଛି। ଫଳରେ ଲୋକଟି ଆଉ ତାକୁ ହଇରାଣ କରିପାରୁନାହିଁ।

ଏହି ଭିଡିଓକୁ ନେଚର ଆଣ୍ଡ ଆନିମଲର ଟ୍ୱିଟର ଆକାଉଣ୍ଟରୁ ସେୟାର କରାଯାଇଛି। ଏବେ ଯାଏଁ ଏହି ଭିଡିଓକୁ ୧୫ ଲକ୍ଷରୁ ଅଧିକ ଥର ଦେଖାସରିଲାଣି। ସେହିପରି ୬ ହଜାରରୁ ଅଧିକ ଲାଇକ ଆସିଛି। ଲୋକେ ଏହି ଭିଡିଓରେ କଙ୍କଡ଼ାର ଦାୟିତ୍ୱବୋଧକୁ ଖୁବ୍ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.