କେନ୍ୟୁଜ (ବ୍ୟୁରୋ) : ଭାରତୀୟ କ୍ରିକେଟ ଟିମର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ତଥା ଓଡ଼ିଆ ତାରକା ଶିବସୁନ୍ଦର ଦାସଙ୍କୁ ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶିବ ସୁନ୍ଦରଙ୍କ ନେତୃତ୍ୱରେ ଭାରତୀୟ ମହିଳା ଟିମ୍ ଭଲ ପ୍ରଦର୍ଶନର ସୁଯୋଗ ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭାରତୀୟ ମହିଳା କ୍ରିକେଟ ଟିମର ବ୍ୟାଟିଂ କୋଚ୍ ଭାବେ ଶିବସୁନ୍ଦରଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଦିଲ୍ଲୀର ପୂର୍ବତନ ୱିକେଟକିପର ଅଭୟ ଶର୍ମାଙ୍କୁ ଫିଲ୍ଡିଂ କୋଚ୍ ଭାବେ ନିଯୁକ୍ତ କରାଯାଇଛି । ଶିବ ସୁନ୍ଦର ଏହା ପୂର୍ବରୁ ଭାରତୀୟ ମହିଳା-ଏ ଟିମ୍ ସହ କାମ କରିସାରିଛନ୍ତି । ତେବେ ସିନିୟର ମହିଳା ଟିମର ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତି ପାଇ ଶିବସୁନ୍ଦର ବହୁତ ଖୁସି ଥିବା କହିଛନ୍ତି । ଏହା ମୋ ପାଇଁ ଏକ ରୋମାଞ୍ଚକର ସମୟ ବୋଲି ସେ କହିଛନ୍ତି । ମୁଁ ମୋ ଦାୟିତ୍ୱ ବହନ କରିବାକୁ ନେଇ ଉତ୍ସାହିତ । ମୋ ପାଇଁ ଏହି ଦାୟିତ୍ୱ ନିଶ୍ଚିତ ଚ୍ୟାଲେଞ୍ଜିଂ ହେବ ।