ଜୁନ୍‌ ୧ ଯାଏ ବଢ଼ିଲା ଲକ୍‌ଡାଉନ୍‌, ରାଜ୍ୟ ସରକାର କଲେ ଘୋଷଣା, ନୂଆ କଟକଣା କଣ ଲାଗୁ ହେଲା ଜାଣନ୍ତୁ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଯାହା ଆଶା କରାଯାଉଥିଲା । ସେଇଆ ହିଁ ହେଲା । ରାଜ୍ୟରେ କରୋନାର ଦୈନିକ ସଂକ୍ରମଣକୁ ଦେଖି ରାଜ୍ୟ ସରକାର ଲକ୍‌ଡାଉନ୍‌ ସମୟସୀମାକୁ ବୃଦ୍ଧି କରିଛନ୍ତି । ପୂର୍ବ ଘୋଷିତ ଲକ୍‌ଡାଉନ୍‌ ଆସନ୍ତାକାଲି ଅର୍ଥାତ୍‌ ୧୯ ତାରିଖରେ ସରିଥାନ୍ତା । ତେବେ ଏହାକୁ ଚଳିତ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ।

ନୂଆ କଟକଣା

୧-ସକାଳ ୭ଟାରୁ ୧୧ଟା ଯାଏ ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ଲୋକେ ଘର ପାଖ ଦୋକାନକୁ ଯାଇ ପାରିବେ।
୨-ବାହାଘରରେ ମାତ୍ର ୨୫ ଜଣ ଯୋଗ ଦେଇ ପାରିବେ । ଭୋଜିଭାତ ହୋଇ ପାରିବ ନାହିଁ ।
୩-ଯେକୌଣସି ଉତ୍ସବରେ ଭୋଜିଭାତ ହୋଇ ପାରିବ ନାହିଁ । ଆୟୋଜକ ପ୍ୟାକେଟ୍‌ କରି ଲୋକଙ୍କୁ ଦେଇ ପାରିବେ ।
୪-ନିର୍ମାଣ କାର୍ଯ୍ୟ ପାଇଁ ଶ୍ରମିକ ଯାଇ ପାରିବେ। ଏ ସହ ସଅପୃକ୍ତ ଦୋକାନଗୁଡ଼ିକ ଖୋଲା ରହିବ ।
୫-ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ କର୍ମଚରୀ ସଂଖ୍ୟା କମିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.