Below header

ଭାତ ବଳିପଡିଥିଲେ ବ୍ଯସ୍ତ ହୁଅନ୍ତୁ ନାହିଁ, ବାଦାମ ମିଶାଇ ତିଆରି କରନ୍ତୁ ପକୁଡି

ଆପଣ ବେସନ ପକୁଡି ନିଶ୍ଚିତ ଖାଇଥିବେ। କିନ୍ତୁ କେବେ ଚାଉଳ ଓ ବାଦାମ ପକୁଡି ଖାଇଛନ୍ତି କି। ବଳିପଡିଥିବା ଭାତ, ବାଦାମ ଏବଂ ନଡିଆରେ ଚାଉଲ ଗୁଣ୍ଡ ସହିତ ମିଶାଇ ପ୍ରସ୍ତୁତ କରି ଖାଇଲେ ପାଟିରୁ ଆଉ ଛାଡିବନି। ତେବେ ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତ…

ଆବଶ୍ଯକୀୟ ସାମଗ୍ରୀ: ବଳିପଡିଥିବା ଭାତ, ବାଦାମ( ଅଳ୍ପ ଖଣ୍ଡ ହୋଇଥିବା), ଚାଉଳ ଗୁଣ୍ଡ, ଲଙ୍କା ପେଷ୍ଟ, ନଡିଆଗୁଣ୍ଡ, କଟା ହୋଇଥିବା ଧନିଆ, ଲେମ୍ବୁ ରସ, ଅଳ୍ପ ଚିନି, ଲୁଣ ସ୍ବାଦନୁସାରେ, ତେଲ।

ପ୍ରସ୍ତୁତି ପ୍ରଣାଳୀ: ସବୁ ସାମଗ୍ରୀକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏକ କଡେଇରେ ତେଲ ଗରମ କରି ସେଥିରେ ଅଳ୍ପ ଅଳ୍ପ କରି ପକୁଡି ଛାଣିଲା ଭଳି ମିଶ୍ରଣକୁ ପକାନ୍ତୁ। ଅଳ୍ପ ଆଞ୍ଚଳରେ ସୁନେଲୀ ରଙ୍ଗ ହେବା ପର୍ଯ୍ଯନ୍ତ ଛାଣନ୍ତୁ। ଏବେ ଏହାକୁ ଟମାଟୋ ସସ କିମ୍ବା ଗ୍ରୀନ ଚଟଣୀ ସହିତ ଗରମ ଗରମ ଖାଆନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.