ଆଜି ଅପରାହ୍‌ଣ ୧.୪୫ରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସ୍‌ ବିବୃତ୍ତି, ଲକଡାଉନକୁ ନେଇ କରିପାରନ୍ତି ଘୋଷଣା

ଭୁବନେଶ୍ୱର (କେନ୍ୟୁଜ) : ଆଜି ଅପରାହ୍‌ଣ ୧.୪୫ରେ ମୁଖ୍ୟ ଶାସନ ସଚିବ କରିବେ ପ୍ରେସ୍‌ ବିବୃତ୍ତି। ଆଜି କିଛି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ। ଆସନ୍ତାକାଲି ସରୁଛି ଲକଡାଉନ୍‌ । ମେ’ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନର କରୋନା ସ୍ଥିତିରେ ଯାହା ଜଣାପଡୁଛି, ଲକଡାଉନ ଅବଧି ବୃଦ୍ଧି ପାଇପାରେ । ଦୈନିକ କରୋନା ସଂକ୍ରମଣ ୧୦ ହଜାର ତଳକୁ ଖସୁନାହିଁ । ତେଣୁ ୨୬ ଜିଲ୍ଲା ଏବେ ବି ରେଡ୍‌ ଜୋନ୍‌ରେ ରହିଛି । ରାଜ୍ୟରେ ଆକ୍‌ଟିଭ୍‌ କେସ୍‌ ୧ଲକ୍ଷ ଉପରେ ରହିଛି। ଏଭଳି ସମୟରେ ଆଗକୁ ଲକଡାଉନ୍‌ ଅବଧି ବୃଦ୍ଧି ହେବ ନା ନାହିଁ, ସେନେଇ ସବୁଠି ଚର୍ଚ୍ଚା ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.