Battlegrounds Mobile Indiaର ପ୍ରି-ରେଜିଷ୍ଟ୍ରେସନ ପାଇଁ ଜାଣନ୍ତୁ ପଦ୍ଧତି

ବ୍ୟାଟେଲ ଗ୍ରାଉଣ୍ଡସ୍ ମୋବାଇଲ ଇଣ୍ଡିଆ (ଦେଶୀ ପବଜି)ର ପ୍ରି-ରେଜିଷ୍ଟ୍ରେସନ ଗୁଗୁଲ ପ୍ଳେ ଷ୍ଟୋରରେ ଆରମ୍ଭ ହୋଇସାରିଛି । ଏହି ଗେମ୍ କ୍ରାଫଟନ ଦ୍ୱାରା ଡେଭଲପ ହୋଇଛି । ଏହା ପବଜି ଗେମର ବକଳ୍ପ ରୂପେ ବଜାରକୁ ପ୍ରବେଶ କରିଛି । ତେବେ କ୍ରାଫଟନ ତରଫରୁ ଏହି ଗେମର ରିଲିଜ ସଂପର୍କରେ କିଛି ସୂଚନା ମିଳିନାହିଁ । କିନ୍ତୁ ଏହାପାଇଁ ପ୍ରି-ରେଜିଷ୍ଟ୍ରେସନ ଆରମ୍ଭ ହୋଇସାରିଛି ।

କମ୍ପାନୀ ତରଫରୁ ଏହାର ଲଞ୍ଚ ହେବାର ତାରିଖ ଖୁବ ଶୀଘ୍ର ଘୋଷଣା କରାଯିବ। ପବଜି ଗେମ୍କୁ ଗତବର୍ଷ ଭାରତ ତରଫରୁ ବ୍ୟାନ କରାଯାଇଥିଲା। ଏବେ ଏହା ବ୍ୟାଟେଲ ଗ୍ରାଉଣ୍ଡସ୍ ମୋବାଇଲ ଇଣ୍ଡିଆ ନାମରେ ଭାରତକୁ ଫେରିଛି ।

ରେଜିଷ୍ଟ୍ରର କରିବା ପଦ୍ଧତି:

– ପ୍ରଥମେ ଗୁଗୁଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ ।
– ଏହାପରେ ବ୍ୟାଟେଲ ଗ୍ରାଉଣ୍ଡସ୍ ମୋବାଇଲ ଇଣ୍ଡିଆକୁ ସର୍ଚ୍ଚ କରନ୍ତୁ । ଏହାପରେ କମିଙ୍ଗ ସୁନ ଉପରେ କ୍ଲିକ କରନ୍ତୁ ।
– କ୍ଳିକ କରିବା ପରେ ପ୍ରି-ରେଜିଷ୍ଟର ଲିଙ୍କରେ ଟ୍ୟାପ କରି ରେଜିଷ୍ଟର କରନ୍ତୁ ।

0
pc: hindustan

– ଏହସମୟରେ ଧ୍ୟାନ ରଖିବେ ଡେଭଲପର ନାମ କ୍ରାଫଟନ ଥିବା ଆବଶ୍ୟକ । ନଚେତ ଫେକ ଲିଙ୍କ ଉପରେ କରିବାର ସମ୍ଭାବନା ରହିଛି ।

ତେବେ ଏହି ଗେମ ଏବେ ଡାଉନଲୋଡ ପାଇଁ ଉପଲବ୍ଧି ହୋଇନାହିଁ । ଏବେ କେବଳ ଆପଣ ରେଜିଷ୍ଟ୍ରେସନ କରିପାରିବେ । ଏହା ପରେ ୟୁଜର୍ସଙ୍କୁ ୪ଟି ରିୱାର୍ଡ, ରିକନ୍ ମାସ୍କ, ରିକନ୍ ଆଉଟଫିଟ, ସେଲିବ୍ରେସନ ଏକ୍ସପର୍ଟ ସହ ୩୦୦ ଏଜି ଭଳି ଫାଇଦା ମିଳିବ । ଏହି ଗେମ୍‌ରେ ଅନେକ ଖେଳାଳି ଏକା ସାଙ୍ଗେ ଖେଳିପାରିବେ ।

ତେବେ ୧୮ ବର୍ଷରୁ କମ ପିଲାଙ୍କ ପାଇଁ ମଧ୍ୟ ରେଜିଷ୍ଟ୍ରେସନ ବ୍ୟବସ୍ଥା ରହିଛି । ଯେଉଁଠି ତାଙ୍କ ପିତାମାତାଙ୍କ ଅନୁମତି ନିହାତି ଆବଶ୍ୟକ । ପିତାମାତାଙ୍କ ମୋବାଇଲ ନମ୍ବର ଦେବା ପରେ ହିଁ ପିଲାମାନେ ଖେଳି ପାରିବେ । ପିଲାଙ୍କ ସୁରକ୍ଷା ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.