ଏବେ ୫୦ ନୁହେଁ ବିବାହରେ ସାମିଲ ହେବେ ୨୫ ଜଣ 

ଭୁବନେଶ୍ୱର (କେନ୍ୟୁଜ୍‌) : ସରିଲା ଆଶା ଆକାଂକ୍ଷା। ରାଜ୍ୟରେ କରୋନାର ଦୈନିକ ସଂକ୍ରମଣକୁ ଦେଖି ରାଜ୍ୟ ସରକାର ଲକ୍‌ଡାଉନ୍‌ ସମୟସୀମାକୁ ବୃଦ୍ଧି କରିଛନ୍ତି। ପୂର୍ବ ଘୋଷିତ ଲକ୍‌ଡାଉନ୍‌ ଆସନ୍ତାକାଲି ଅର୍ଥାତ୍‌ ୧୯ ତାରିଖରେ ସରିଥାନ୍ତା। ତେବେ ଏହାକୁ ଚଳିତ ଜୁନ୍‌ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଏହାସହ ପୂର୍ବ ଗାଇଡଲାଇନରେ କିଛି ପରିବର୍ତ୍ତନ ମଧ୍ୟ କରାଯାଇଛି ।

ଓଡିଶାରେ ଏବେ ବାହାଘର ସମାରୋହରେ ବର୍ତ୍ତମାନ ୨୫ ଜଣଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଛି। ଏହା ପୂର୍ବରୁ ବାହାଘର ସମାରୋହରେ ୫୦ ଜଣଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଥିଲା। ସାମୁହିକ ଭୋଜି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଅତିଥିମାନେ ଏକାଠି ବସି ଖାଇପାରିବେ ନାହିଁ । ସେମାନଙ୍କୁ ଖାଦ୍ୟ ପ୍ୟାକେଟ୍ କରି ପ୍ରଦାନ କରାଯିବ । ଅନ୍ତ୍ୟେଷ୍ଟି କ୍ରିୟା ଓ ବ୍ରତଘର ସମାରୋହରେ ସର୍ବାଧିକ ୨୦ ଜଣ ସାମିଲ ହେବା ସହ ସମାନ କଟକଣା ଲାଗୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.