ଧୋନୀ କଲେ ରବୀନ୍ଦ୍ର ଜାଡେଜାଙ୍କ ଏହି ଆକ୍ସନର ନକଲ, ଜାଡେଜା ଦେଲେ ଏମିତି ରିଆକ୍ସନ

ଚଳିତ IPLରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ନିକଟରେ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଏକ ଭିଡିଓ ସେୟାର କରିଛି। ଯେଉଁଥିରେ ଗ୍ରାଉଣ୍ଡ ଧୋନି ସାଥୀ ଖେଳାଳି ରବୀନ୍ଦ୍ର ଜାଡେଜାଙ୍କ ତଲଓ୍ୱାରବାଜୀ ନକଲ କରୁଥିବା ଦେଖିବାକୁ ମିଳିଛି । ଭିଡିଓରେ ଧୋନିଙ୍କ ସହ ରବିନ୍ ଉଥାପ୍ପା ମଧ୍ୟ ବସିଥିବାର ନଜର ଆସିଛନ୍ତି ।

ସବୁଠାରୁ ମଜା କଥା ହେଲା, ନିଜେ ରବୀନ୍ଦ୍ର ଜାଡେଜା ଧୋନିଙ୍କ ଏହି ଆକ୍ସନରେ ମଜାଦାର କମେଣ୍ଟ ଦେଇଛନ୍ତି। ରବୀନ୍ଦ୍ର ଜାଡେଜା ଏହାର କମେଣ୍ଟରେ ଲେଖିଛନ୍ତି, ‘ ଏହା ବ୍ଯାଟ ସହିତ ଟ୍ରାଏ କରିବା ଉଚିତ।’

 

View this post on Instagram

 

A post shared by Chennai Super Kings (@chennaiipl)

ବାସ୍ତବରେ ଏହି ଭିଡିଓ IPL ୨୦୨୧ର ଅଭ୍ୟାସ ସମୟର ଭିଡିଓ ଅଟେ । ଚଳିତ IPLରେ କୋଭିଡ ଗ୍ରହଣ ଲାଗିବା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଖେଳକୁ ସ୍ଥଗିତ ରଖାଯାଇଛି । ତେବେ ସେୟାର ହୋଇଥିବା ଏହି ଭିଡିଓ ବେଶ୍ ଭାଇରଲ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.