ହଠାତ ଲୋକଙ୍କ ମଧ୍ୟରେ ଖେଳିଗଲା ଭୟ, ଯେତେବେଳେ ଦୋହଲିବାକୁ ଲାଗିଲା ଚୀନର ଏହି ୯୮୦ ଫୁଟ ଉଚ୍ଚ ଅଟ୍ଟାଳିକା, ଦେଖନ୍ତୁ Video

ଚୀନର ଶେନଝେନରେ ମଙ୍ଗଳବାର ସେହି ସମୟରେ ଲୋକଙ୍କ ମଧ୍ୟରେ ଏତେ ଭୟ ଖେଳି ଯାଇଥିଲା, ଯେତେବେଳେ ସେଠାରେ ଏକ ଉଚ୍ଚ ଅଟ୍ଟାଳିକା ହଲିବାକୁ ଲାଗିଥିଲା। ଚୀନର ସବୁଠାରୁ ଉଚ୍ଚ ଅଟ୍ଟାଳିକା ମଧ୍ୟରୁ ଗୋଟିଏ ଏସଇଜି ପ୍ଲାଜାରେ ହଠାତ କମ୍ପନ ସୃଷ୍ଟି ହୋଇଥିଲା। ଏହାପରେ ସଙ୍ଗେ ସଙ୍ଗେ ଏହାକୁ ଖାଲି କରି ଦିଆଯାଇଥିଲା। ଏଠାରେ ଶପିଙ୍ଗ ପାଇଁ ପହଞ୍ଚିଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା। ଲୋକେ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଧାଇଁବାକୁ ଲାଗିଥିଲେ।

ପାଖାପାଖି ୩୦୦ ମିଟର(୯୮୦ ଫୁଟ) ଉଚ୍ଚ ଏହି ଅଟ୍ଟାଳିକା ଦ୍ୱିପ୍ରହର ୧ଟାରେ ହଠାତ ଦୋହଲିବାକୁ ଲାଗିଲା। ବିଲ୍ଡିଂ ହଲୁଥିବାର ଦେଖି ଆଖପାଖରେ ବୁଲୁଥିବା ଲୋକେ ମଧ୍ୟ ଦୌଡ଼ିବାକୁ ଲାଗିଲେ। ପରେ ପାଖାପାଖି ୨ଟା ୪୦ରେ ଏହି ଅଟ୍ଟାଳିକାକୁ ସିଲ କରି ଦିଆଗଲା।

୨୦୦୦ ମସିହାରେ ନିର୍ମାଣ ହୋଇଥିବା ଏହି ଟାୱାରରେ ଇଲେକ୍ଟ୍ରୋନିକ୍ସର ବଡ଼ ବଜାର ରହିଛି। ଚୀନରେ ଦ୍ରୁତ ବିକଶିତ ସହର ମଧ୍ୟରୁ ଶେନଝେନ ଅନ୍ୟତମ। ତେବେ ଅଟ୍ଟାଳିକା ହଲିବାର କାରଣ ବିଷୟରେ ଜାଣିବା ପାଇଁ ଇମରଜେନ୍ସି ମ୍ୟାନେଜମେଣ୍ଟର ଅଧିକାରୀମାନେ ଯାଞ୍ଚରେ ଲାଗିପଡିଛନ୍ତି। ସେପଟେ ଭୂମିକମ୍ପ ଉପରେ ନଜର ରଖୁଥିବା କେତେକ ସଂସ୍ଥା ତରଫରୁ ମିଳିଥିବା ତଥ୍ୟରୁ ଜଣାପଡିଛି ଯେ ଏଠି ଭୂମିରେ କୌଣସି ପ୍ରକାର କମ୍ପନ ହୋଇନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.