କରୋନା କୋପରୁ ରକ୍ଷା ପାଇବା ପାଇଁ ଜଳଯୋଗ, ଖୋର୍ଦ୍ଧା ଜଙ୍କିଆ ଥାନା ସରପାରୀ ଗାଁର ସୁଦାମ ସାହୁଙ୍କ ଜଳଯୋଗ ଭିଡିଓ ଭାଇରାଲ
କରୋନା କୋପରୁ ରକ୍ଷା ପାଇବା ପାଇଁ ଜଳଯୋଗ। ପାଣି ଭିତରେ ଯୋଗାସନରେ ରହି ପେଟ ଉପରେ ରଥାରୁଢ ଜଗନ୍ନାଥଙ୍କୁ ରଖି ଓ ଦୀପ ରଖି ଭାଗବତ ପାଠ ପ୍ରାର୍ଥନା କରୁଛନ୍ତି। ଏହି ମହାମାରୀରୁ ସେହି କାଳିଆ ଠାକୁର ହିଁ ରକ୍ଷା କରିବେ। ତେଣୁ ତାଙ୍କୁ ଆରାଧନା କରି ଜଗତ କଲ୍ୟାଣ ପାଇଁ ପ୍ରାର୍ଥନା କରୁଛନ୍ତି।
ମଲାଗୁଣୀ ନଦୀରେ ଦୀର୍ଘ ୪ଘଣ୍ଟା ଧରି ଯୋଗାବସ୍ଥାରେ ଧ୍ୟାନ କରିଛନ୍ତି। ଖୋର୍ଦ୍ଧା ଜଙ୍କିଆ ଥାନା ସରପାରୀ ଗାଁର ସୁଦାମ ଚରଣ ସାହୁଙ୍କ ଏହି ଜଳଯୋଗ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।