ମାର୍କେଟକୁ ଆସିଲା ୭୯୯ ଟଙ୍କାର ପଲ୍ସ ଅକ୍ସିମିଟର, detel pro କମ୍ପାନୀ କଲା ଲଞ୍ଚ୍‌

କରୋନାର ଏହି ସଂକଟରେ ଏବେ ପଲ୍ସ ଅକ୍ସିମିଟରର ଡିମାଣ୍ଡ ବହୁତ ବଢ଼ିଯାଇଛି। ଅକ୍ସିଜେନ୍‌ ଏବଂ ହାର୍ଟରେଟ୍‌ ମାପିବା ପାଇଁ ଏହା ବହୁତ କାରିଗରୀ ପ୍ରମାଣିତ ହେଉଛି। ତେବେ ପଲ୍ସ ଅକ୍ସିମିଟରର ଏହି ଆବଶ୍ୟକକୁ ଧ୍ୟାନରେ ରଖି ଡିଟେଲ ହେଲ୍ଥ ଏବଂ ହାଇଜିନ୍‌ ଭର୍ଟିକାଲ ଡିଟଲପ୍ରୋ ଆଜି ନିଜର ୭୯୯ ଟଙ୍କାର ଅକ୍ସିମିଟରକୁ ଲଞ୍ଚ୍‌ କରିଛି।

ଦେଶ ଏବେ କରୋନା ସହ ଲଢ଼େଇ କରୁଥିବାବେଳେ ଏମିତିରେ ଅକ୍ସିଜେନ ଏବଂ ଅକ୍ସିଜେନ ଉପକରଣ ସମସ୍ୟାକୁ ନେଇ ଚିନ୍ତାରେ ଥିବା ଲୋକମାନଙ୍କୁ ଏହା ବହୁତ ମାତ୍ରାରେ ସାହାଯ୍ୟକାରୀ ହେବ। ଅଧିକାଂଶ ଲୋକ ଘରେ ଆଇସୋଲେଟ ହୋଇ ରହୁଛନ୍ତି। ଆଉ ଏଭଳି ସ୍ଥିତିରେ ଘରେ ନିୟମିତ ଭାବରେ ଅକ୍ସିଜେନକୁ ମନିଟର କରିବା ବହୁତ ଜରୁରୀ। ତେବେ ଏମିତିରେ ଲୋକମାନେ ଭଲ କ୍ୱାଲିଟୀ ଆଉ କମ୍‌ ଦାମର ମେଡିକାଲ ଉପକରଣ ଖୋଜୁଛନ୍ତି। ଲୋକଙ୍କର ଏହି ଆବଶ୍ୟକକୁ ଧ୍ୟାନରେ ରଖି କମ୍ପାନୀ ଏହି ଶସ୍ତା ଅକ୍ସିମିଟରକୁ ଲଞ୍ଚ୍‌ କରିଛି।

ଡିଟଲର ଏହି ଅକ୍ସିମିଟର ଅଲ ଡିଜିଟାଲ ଟେକ୍ନୋଲୋଜୀ ଉପରେ ଆଧାରିତ। ଏହାର ଉଦ୍ଦେଶ୍ୟ ଫଙ୍କସନ୍‌ ଅକ୍ସିଜେନ ସାଚୁରେସନ ମେଜରମେଣ୍ଟ କରିଥାଏ। ଆପଣ ଡିଟଲର Oximeter DI-OXY10 କୁ www.detel-india.com ଏବଂ www.b2badda.comରେ କ୍ରୟ କରିପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.