Below header

ପଇଡ଼ ବୋଝେଇ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ, ୪୫ ଲକ୍ଷର ଗଞ୍ଜେଇ ଜବତ ସହ ୩ ଗିରଫ

କେନ୍ୟୁଜ୍(ବ୍ୟୁରୋ): ଗଞ୍ଜେଇ ଚାଲାଣର ନୂଆ ଫଣ୍ଡା। ପଇଡ଼ ବୋଝେଇ ଟ୍ରକ୍‌ରେ ନୀଳ ଜହର। ଟ୍ରକ୍‌ରୁ ୪୫୬ କେଜି ୭୦୦ ଗ୍ରାମ୍‌ ଗଞ୍ଜେଇ ଜବତ ସହ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରୁ ୨ ଜଣ ୟୁପି ଓ ଜଣେ ବିହାର ଅଞ୍ଚଳର। ଜବତ ଗଞ୍ଜେଇର ଅନୁମାନିକ ମୂଲ୍ୟ ୪୫ ଲକ୍ଷ ଟଙ୍କା ହେବ।

ganja

ପାଡୁଆଠାରୁ ଉତ୍ତରପ୍ରଦେଶ ଚାଲାଣ କରାଯାଉଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଚଢାଉ କରିଥିଲା ନନ୍ଦପୁର ପୋଲିସ। ନନ୍ଦପୁରଠାରେ ଟ୍ରକକୁ ଅଟକାଇ ଯାଞ୍ଚ କରିବାବେଳେ ପଇଡ ଟ୍ରକରୁ ଗଞ୍ଜେଇ ଜବତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.