ବିମାନ ଯାତ୍ରୀ ସାବଧାନ, ଏୟାର ଇଣ୍ଡିଆ ପ୍ୟାସେଞ୍ଜର ସର୍ଭିସ୍‌ ସିଷ୍ଟମ ଉପରେ ହୋଇଛି ସାଇବର ଆଟାକ୍‌

ନୂଆଦିଲ୍ଲୀ : ଏୟାରଇଣ୍ଡିଆର ପ୍ୟାସେଞ୍ଜର ସର୍ଭିସ୍‌ ସିଷ୍ଟମ ଉପରେ ସାଇବର ଆଟାକ୍‌ । ଏଥିରେ ଥିବା କେତେକ ବ୍ୟକ୍ତିଙ୍କ ଡାଟା ଲିକ୍‌ ହୋଇଥିବା ଏୟାର ଇଣ୍ଡିଆ କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଫଳରେ ଏଥିରେ ଥିବା ସାରା ବିଶ୍ୱର ପ୍ରାୟ ୪୫ ଲକ୍ଷ ଲୋକଙ୍କ ଡାଟା ଉପରକୁ ବିପଦ ମାଡ଼ି ଆସିଛି । ତେଣୁ ଯାତ୍ରୀମାନେ ସେମାନଙ୍କ ପାସ୍‌ଓ୍ଵାର୍ଡ଼ ବଦଳାଇ ଦେବାକୁ କମ୍ପାନୀ ତରଫରୁ ଅନୁରୋଧ କରାଯାଇଛି ।

ସୂଚନା ଅନୁସାରେ ଗତ ଫେବ୍ରୁଆରୀ ୨୫ ତାରିଖରେ ଯାତ୍ରୀମାନଙ୍କ ଡାଟା ଲିକ୍‌ ହୋଇଥିବା ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ । ସେଥିରେ ଯାତ୍ରୀଙ୍କର ନାଁ, ଜନ୍ମ ତାରିଖ, ମୋବାଇଲ ନମ୍ବର, ଠିକଣା, ପାସପୋର୍ଟ ନମ୍ବର, ଟିକେଟ ସମ୍ପର୍କରେ ସୂଚନା ରହିଛି । ଏମିତିକି କ୍ରେଡିଟ୍‌ କାର୍ଡ଼ ଡାଟା ମଧ୍ୟ ଏଥିରେ ରହିଛି । ତେବେ କ୍ରେଡିଟ୍‌ କାର୍ଡ଼ ଏବଂ ସିବିସି ନମ୍ବର ଲିକ୍‌ ହୋଇନାହିଁ ବୋଲି ଏୟାରଇଣ୍ଡିଆ ତରଫରୁ କୁହାଯାଇଛି ।

ତେବେ କେବଳ ଏୟାର ଇଣ୍ଡିଆ ନୁହେଁ, ଏୟାର ନ୍ୟୁଜିଲାଣ୍ଡ ଏବଂ ମାଲେସିଆ ଆଦି ଏୟାରଲାଇନ୍‌ସର ଡାଟା ମଧ୍ୟ ହ୍ୟାକ୍‌ ହୋଇଥିବା ଜଣାପଡ଼ିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.