ଲକଡାଉନରେ ଘରେ ରହି ଆମକୁ ବିରକ୍ତି ଲାଗୁଛି, କିନ୍ତୁ ଏମାନେ ବିନା ଖର୍ଚ୍ଚରେ ବୁଲୁଛନ୍ତି: ଦେଖନ୍ତୁ ଭିଡିଓ

ଲକଡାଉନରେ ଘରେ ରହି ରହି ବୋରିଂ ହୋଇଗଲେଣି ନା। ଚାଲନ୍ତୁ ଟିକେ ବୁଲି ଆସିବା, ତାହା ପୁଣି ବିନା ଖର୍ଚ୍ଚରେ। ମାଗଣାରେ ବୁଲିବାକୁ କିଏ ବା ନ ଚାହେଁ। ତେଣୁ ଯଦି ମାଗଣାରେ ବୁଲିବାର ମଜା ମିଳିଯାଏ, ତେବେ ଆଉ କିଛି ଦରକାର ନାହିଁ। କଥାଟି ହୁଏତ, ଆପଣ ବୁଝିପାରୁନାହାନ୍ତି। କିନ୍ତୁ ଏହି ଭିଡିଓକୁ ଦେଖିଲେ ନିଶ୍ଚିତ ଭାବେ ବୁଝିପାରିବେ।

ଭଲକରି ଦେଖନ୍ତୁ ଏହି ଭିଡିଓ। ଏଥିରେ ଜଣେ କଇଁଚ୍ଛ ପିଠିରେ ଦୁଇଟି ଏଣ୍ଡୁଅ ବସି କିପରି ଆରାମରେ ବୁଲୁଛନ୍ତି। ସେୟାର ହୋଇଥିବା ଏହି ଭିଡିଓରେ କ୍ଯାପସନ ଦିଆଯାଇଛି ‘ ଫ୍ରି ରାଇଡ’ ।

ଏହି ଭିଡିଓକୁ Buitengebieden ନାମକ ବ୍ଯକ୍ତି ଟ୍ବିଟରରେ ସେୟାର କରିଛନ୍ତି। ଭିଡିଓ ଦେଖି ଲୋକ ଆଶ୍ଚର୍ଯ୍ଯ ହେଉଛନ୍ତି ମଧ୍ୟ। ଯାହାକୁ ଦେଖିବା ପରେ ଲୋକ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି।

Leave A Reply

Your email address will not be published.