ଆଉ ନାହାନ୍ତି ଓଲିଉଡର ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା

ଭୁବନେଶ୍ବର: ଓଲିଉଡର ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ। କିଛିଦିନ ହେବ ସେ କୋଭିଡରେ ଆକ୍ରାନ୍ତ ହୋଇଥିଲେ। ତେବେ ଆଜି ତାଙ୍କ ଦେହ ଭୀଷଣ ଖରାପ ହେବାରୁ ତାଙ୍କୁ କଟକ ଏସ୍‌ସିବି ସ୍ଥିତ କୋଭିଡ୍ ହସ୍‌ପିଟାଲର ଆଉଟ୍‌ଡୋରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ମୃତ୍ୟୁ ବେଳକୁ ତାଙ୍କ ବୟସ ୫୫ ବର୍ଷ ହୋଇଥିଲା।  ସେ କଟକରେ ରହୁଥିଲେ। ଫିଲ୍ମ ଡ଼ନ,କେଉଁ ଦୁନିଆ ରୁ ଆସିଲ ବନ୍ଧୁ,ମତେ ଆଣିଦେଲ ଲକ୍ଷେ ଫଗୁଣ,ଏସିପି ରନବୀର,ମୁଁ ସପନର ସୌଦାଗର,ଏହିପରି ଅନେକ ଗୀତରେ ସେ ନିର୍ଦ୍ଦେଶନା ଦେଇଥିଲେ। ଶାନ୍ତିରାଜଙ୍କ ଭାଇ ମଧ୍ୟ କୋଭିଡରେ ପ୍ରାଣ ହରାଇଥିଲେ । ତେବେ ଶାନ୍ତିରାଜଙ୍କ ମୃତଶରୀର ଏସିବି ମେଡିକାଲରେ ରହିଛି। ସେଠାରୁ ତାଙ୍କ ଜନ୍ମ ସ୍ଥାନ କୋରାପୁଟର ଜୟପୁରକୁ ନିଆଯିବ।  ତାଙ୍କର ସ୍ତ୍ରୀ ଓ ଝିଅ ମଧ୍ୟ ପୂର୍ବରୁ କୋଭିଡରେ ଆକ୍ରାନ୍ତ ହୋଇଥିଲେ। ଏସିବିରେ ତାଙ୍କର ସ୍ତ୍ରୀ ଓ ଝିଅ ଉପସ୍ଥିତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.