ଆଜି ରାଜ୍ଯରେ ୮,୩୯୯ କରୋନା ପଜିଟିଭ୍ ଚିହ୍ନଟ, ସର୍ବାଧିକ ୪୦ ମୃତ
ଭୁବନେଶ୍ବର: ରାଜ୍ଯରେ ଗତ ୨୪ ଘଣ୍ଟାରେ ପଜିଟିଭ ରେଟ୍ ଆସିଛି ୧୨.୫୯ ପ୍ରତିଶତ । ଯାହାକି ଗତକାଲି ଥିଲା ୧୪.୦୨ ପ୍ରତିଶତ। ୨୪ ଘଣ୍ଟାରେ ଆଉ ୮ ହଜାର ୩୯୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଉ ୪୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ। ୨୪ ଘଣ୍ଟାରେ ୬୬ ହଜାର ୬୮୩ ଟେଷ୍ଟିଂ ହୋଇଥିବାବେଳେ ୮ ହଜାର ୩୯୯ ପଜିଟିଭ୍ ବାହାରିଛି।
ଖୋର୍ଦ୍ଧାରୁ ସର୍ବାଧିକ ୧୧ଶହ ୦୨ ସଂକ୍ରମିତ ହୋଇଛନ୍ତି। କଟକରୁ ୭୬୬, ଯାଜପୁରରୁ ୫୧୪, ମୟୂରଭଞ୍ଜରୁ ୪୮୫ ଓ ସୁନ୍ଦରଗଡରୁ ୪୭୭ ନୂଆ କେସ୍ ଆସିଛି। ଟପ୍ ୫ ଜିଲ୍ଲାରେ ଅଛନ୍ତି ଖୋର୍ଦ୍ଧା, କଟକ, ଯାଜପୁର, ମୟୂରଭଞ୍ଜ ଓ ସୁନ୍ଦରଗଡ। ଏହି ୫ ଜିଲ୍ଲାରୁ ୩ ହଜାର ୩୪୪ ପଜିଟିଭ୍ ବାହାରିଛନ୍ତି। ରାଜ୍ୟରେ ଆକ୍ଟିଭ୍ କେସ୍ ରହିଛି ୮୭ ହଜାର ୨୨୦। ମୋଟ ମୃତ୍ୟୁସଂଖ୍ୟା ୨୮୩୧କୁ ବୃଦ୍ଧି ପାଇଛି।