ମାରଣାସ୍ତ୍ର ଦେଖାଇ କଳାକନା ବୁଲାଇଲେ ଦୁର୍ବୃତ୍ତ, ଗୁଳି ମାଡରେ ୫ଜଣ ଆହତ

ସୋର : ବନ୍ଧୁକ ଫୁଟାଇ ଲୁଟ । ଡ଼କାୟତଙ୍କର ଗୁଳିରେ ପଡୋଶି ଆହତ । ବାଲେଶ୍ଵର ଜିଲ୍ଲା ସାଉଡ଼ ବଜାରରେ ଉପରେ ସନାତନ କାମିଳାଙ୍କ ଘରେ ବିଳମ୍ବିତ ରାତିରେ ୫ଜଣ ଡ଼କାୟତ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ୨୫୦ଗ୍ରାମର ସୁନା , ୫କେଜିରୁ ଉର୍ଦ୍ଧ୍ଵ  ରୁପା ନେଇ ଫେରାର ହୋଇଯାଉଥିଲେ। କିନ୍ତୁ ସେହି ସମୟରେ ସନାତନଙ୍କ ପଡୋଶି ପ୍ରତିରୋଧ କରିବାରୁ ଡ଼କାୟତଙ୍କ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା। ଯାହା ଫଳରେ ଡ଼କାୟତ ମାନେ ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ  ।

ସୂଚନା ମୁତାବକ, ଗୁଳି ବାଜିବା ଦ୍ବାରା ୫ଜଣ ପଡୋଶି ଆହତ ହୋଇ ବାଲେଶ୍ଵର ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରେ କାର୍ତିକ ବାରିକଙ୍କ ସମେତ ୨ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ଡ଼କାୟତ ମାନେ ବାଇକ ଓ ହେଲମେଣ୍ଟ ଛାଡି ପଲାଇଯାଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.