କଙ୍ଗନା ରାଣାୱତଙ୍କ ପାଖରେ ଟ୍ୟାକ୍ସ ଦେବାକୁ ବି ନାହିଁ ପଇସା, କହିଲେ- ସରକାର ଚାହିଁଲେ ସୁଧ ଦେବାକୁ ବି ରାଜି

ବିବାଦୀୟ ବୟାନ ଯୋଗୁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ କଙ୍ଗନା ରାଣାୱତ୍ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ କଙ୍ଗନା ଦାବି କରିଛନ୍ତି ଯେ ସେ ଦେଶରେ ସବୁଠୁ ଅଧିକ ଟ୍ୟାକ୍ସ ଦେଉଥିବା ଅଭିନେତ୍ରୀ। କିନ୍ତୁ ଗତ ବର୍ଷ ଅଧିକ କାମ ନ ମିଳିବାରୁ ସେ ଅଧା ଟ୍ୟାକ୍ସ ହିଁ ଦେଇପାରିଥିଲେ।

ସୋସିଆଲ ମିଡିଆରେ ଲମ୍ବା ଚଉଡ଼ା ପୋଷ୍ଟ ଲେଖି ଏହି ମାମଲାରେ କଙ୍ଗନା ନିଜ ପକ୍ଷ ରଖିଛନ୍ତି। ସେ କହିଛନ୍ତି, ସରକାର ଯଦି ଟ୍ୟାକ୍ସର ବାକି ଟଙ୍କା ପାଇଁ ସୁଧ ବି ରଖନ୍ତି ତେବେ ବି ସେ ଦେବେ। ନିଜ ଇନଷ୍ଟାଗ୍ରାମରେ କଙ୍ଗନା ଏଭଳି ମନ୍ତବ୍ୟ ଦେଇଛନ୍ତି।

kangana

ସେ ଆହୁରି ମଧ୍ୟ କହିଛନ୍ତି ଯେ ଜୀବନ କାଳ ମଧ୍ୟରେ ସେ ପ୍ରଥମ ଥର ପାଇଁ ଟ୍ୟାକ୍ସ ଦେବାରେ ଅସଫଳ ହୋଇଛନ୍ତି। କିନ୍ତୁ ସରକାରଙ୍କୁ ବାକି ଟଙ୍କା ସୁଧ ସମେତ ଦେବାକୁ ବି ରାଜି ଅଛନ୍ତି। ଆମ ପାଇଁ ଏହା ଏକ କଠିନ ସମୟ ଓ ଆମକୁ ଏକାଠି ମିଶି ଏହାକୁ ସାମ୍ନା କରିବାକୁ ପଡ଼ିବ। ପ୍ରକାଶ ଯେ ଖୁବଶୀଘ୍ର କଙ୍ଗନାଙ୍କୁ ଥଲାଇବିରେ ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.