ଭୁବନେଶ୍ୱର : ଷ୍ଟୁଡିଓ ଛକ ନିକଟରେ ମହିଳାଙ୍କ ଠାରୁ ଚେନ୍‌ ଝିଙ୍କି ନେଲେ ଲୁଟେରା

ଭୁବନେଶ୍ୱର : ଏଇ କିଛି ସମୟ ପୂର୍ବରୁ ରାଜଧାନୀ ଭୁବନେଶ୍ୱର ଭରତପୁର ଅଞ୍ଚଳରେ ଘଟିଛି ଛିନତାଇ । ଦୁଇ ଜଣ ସ୍ୱାମୀ ସ୍ତ୍ରୀ ଗାଡ଼ିରେ ଯାଉଥିବା ବେଳେ ଲୁଟେରା ମହିଳାଙ୍କ ବେକରୁ ସୁନା ଚେନ୍‌ ଛଡ଼ାଇ ଚମ୍ପଟ ମାରିଥିଲେ । ଏହି ଘଟଣା ଭରତପୁର ଷ୍ଟୁଡିଓ ଛକ ନିକଟରେ ଘଟିଛି । ଘଟଣା ଘଟିବା ପରେ ଏହି ଦମ୍ପତି ଭରତପୁର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ୍‌ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି ।

 

 

Leave A Reply

Your email address will not be published.