Below header

କୋଭିଡ ପାଇଁ EPFO ଓ ESIC ସ୍କିମ୍‌ରେ ଅତିରିକ୍ତ ଲାଭ ଘୋଷଣା କଲେ ସରକାର

ନୂଆଦିଲ୍ଲୀ :  କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ରବିବାର EPFO ଓ ESIC ଦ୍ୱାର ପରିଚାଳିତ ସାମାଜିକ ସୁରକ୍ଷିତ ଯୋଜନା ଅନ୍ତର୍ଭୁକ୍ତ ସମସ୍ତ କର୍ମଚାରୀଙ୍କୁ ଅତିରିକ୍ତ ଲାଭ ପ୍ରଦାନ କରିବାକୁ ଘୋଷଣା କରିଛି ।

ଏହି ସୁବିଧା EPFO ଦ୍ୱାରା ପରିଚାଳିତ ESIC, EDLIଯୋଜନା ରେ ବୀମା କରିଥିବା କୋଭିଡ ମୃତକଙ୍କ ପରିବାରକୁ ମିଳିବ । ଏହାଦ୍ୱାରା ଗ୍ରୁପ୍‌ ଇନ୍‌ସୁରାନ୍ସ ଅଧିନରେ ସର୍ବାଧିକ ଅର୍ଥ ରାଶି ୬ ଲକ୍ଷ ଟଙ୍କାରୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପ୍ରକାଶ କରିଛି ।

କୋଭିଡ ମୃତ୍ୟୁକୁ ଦେଖି ନିଜ ପରିବାରର ଭବିଷ୍ୟତ ନେଇ କର୍ମଚାରୀମାନଙ୍କ ଭୟକୁ ପ୍ରଶମନ କରିବା ପାଇଁ ସରକାର ଏହି ଅତିରିକ୍ତ ଲାଭ ରାଶି ଘୋଷଣା କରିଛନ୍ତି । ଏହି ଯୋଜନା ୨୦୨୦ ମାର୍ଚ୍ଚ ୨୪ ତାରିଖରୁ ଆସନ୍ତା ୨ ବର୍ଷ ପାଇଁ ଲାଗୁ ରହିବ ବୋଲି ସରକାର କହିଛନ୍ତି ।

ଏହାଛଡା ସରକାର ରଖିଥିବା ୨.୫ ଲକ୍ଷ ଟଙ୍କାର ନ୍ୟୁନତମ ଅନୁକମ୍ପାମୂଳକ ସହାୟତା ରାଶି ପିଛିଲା ଭାବେ ଲାଗୁ କରିବାକୁ ଘୋଷଣା କରିଛନ୍ତି । ଏହି ଯୋଜନା ସମସ୍ତ କଣ୍ଟାକଚୁଆଲ ଓ କାଜୁଆଲ ଲେବରଙ୍କ ପାଇଁ ଲାଗୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.