ମାହାଙ୍ଗା(କେ ନ୍ୟୁଜ): ବଜ୍ରାଘାତରେ ଜଣେ ମୃତ । ମୃତ ବ୍ୟକ୍ତି ଜଣକ ହେଲେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଳକ ରାମକୃଷ୍ଣପୁର ପଂଚାୟତ ଦହପଡା ଗ୍ରାମର ଶ୍ୟାମସୁନ୍ଦର ବେହେରା । ବୟସ ୫୮ । ସୂଚନା ମୁତାବକ ବୃଦ୍ଧ ଶ୍ୟାମସୁନ୍ଦର ବେହେରା ବିଲରେ କାମ କରୁଥିବା ସମୟରେ ଆଜି ମଧ୍ୟାହ୍ନରେ ପ୍ରବଳ ବର୍ଷା ସହ ଘଡଘଡି ମାରିବା ଫଳରେ ବିଲରେ ଚେତାଶୂନ୍ୟ ଅବସ୍ଥାରେ ପଡିଯାଇଥିଲେ।
ପରିବାର ଲୋକେ ସଙ୍ଗେସଙ୍ଗେ ତାଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏକ ମାମଲା ରୁଜୁକରି ଶବବ୍ୟବଚ୍ଛେଦ ପାଇଁ କଟକ ପଠାଇଛି।