୧୦କୋଟିର ଜିଏସ୍ଟି ଠକେଇ, ଭୁବନେଶ୍ୱର ବିଜେବିି ନଗର ସ୍ଥିତ ଘରୁ ଆଇରନ୍ ସ୍କ୍ରାପ୍ ବ୍ୟବସାୟୀ ଗିରଫ
୭ଟି ନକଲି ଫାର୍ମ କରି ବର୍ଷ ବର୍ଷ ଧରି ଠକି ଆସୁଥିଲେ ଜିଏସ୍ଟି
ଭୁବନେଶ୍ୱର(କେନ୍ଯୁଜ୍): ୧୦କୋଟିର ଜିଏସ୍ଟି ଠକେଇ ଅଭିଯୋଗରେ ଆଇରନ୍ ସ୍କ୍ରାପ୍ ବ୍ୟବସାୟୀ ଗିରଫ। ସ୍ମୃତିରଞ୍ଜନ ସାହୁକୁ ଭୁବନେଶ୍ୱର ବିଜେବିି ନଗର ସ୍ଥିତ ଘରୁ ପୋଲିସ ସହାୟତାରେ ତାଙ୍କୁ ଗିରଫ କରିଛି ଷ୍ଟେଟ୍ ଜିଏସ୍ଟି।
୭ଟି ନକଲି ଫାର୍ମ କରି ସେ ବର୍ଷ ବର୍ଷ ଧରି ଜିଏସ୍ଟି ଠକି ଆସୁଥିଲେ। ରିକ୍ସା ଚାଳକ, ଛାତ୍ର ଆଦି ଲୋକଙ୍କ ନାଁରେ ସେ ଫାର୍ମ କରି ଜିଏସ୍ଟି ଫାଙ୍କିଥିଲେ। ବାର୍ଷିକ ଟର୍ଣ୍ଣ ଓଭର ୪୦କୋଟି ଥିବା ସେ ଦର୍ଶାଇଛନ୍ତି ବୋଲି ଜିଏସ୍ଟି ଅଧିକାରୀ କହିଛନ୍ତି। ଷ୍ଟେଟ୍ ଜିଏସ୍ଟି ଖୋଳତାଡ଼ କରିବା ପରେ ଆଇରନ୍ ସ୍କ୍ରାପ୍ ବ୍ୟବସାୟୀ ଗିରଫ ହୋଇଛନ୍ତି।