କିଟ୍ ବିଶ୍ୱବିଦ୍ୟାଳୟର ୧୪ତମ ସମାବର୍ତ୍ତନ ଉତ୍ସବ, ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୭ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଡିଏସ୍ସି ଓ ଡିଲିଟ୍ ଉପାଧି ପ୍ରଦାନ

ଭୁବନେଶ୍ବର (କେନ୍ଯୁଜ୍) : କିଟ୍‌ ବିଶ୍ୱବିଦ୍ୟାଳୟର ୧୪ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୭ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଡିଏସ୍‌ସି ଏବଂ ଡିଲିଟ୍‌  ଉପାଧି ପ୍ରଦାନ କରାଯାଇଛି। ସେମାନେ ହେଲେ ପ୍ରଫେସର ଏରନେଷ୍ଟୋ କାହାନ, ବାରୁନ୍ସ ଉଷା କୁମାରୀ ପ୍ରସାର, ନିକଲସ ସାମୁଏଲ ଗୁଗୁର, ପ୍ରଭୁ ଗୌରଗୋପାଳ ଦାସ, କବୀର ବେଦୀ, ଡଃ ମହମ୍ମଦ ସବୁର ଖାନ, ଏବେ ପ୍ରଫେସର ଦୀନବନ୍ଧୁ ସାହୁ ।

ଅଶିକ୍ଷା, ଦୁର୍ନୀତି, ଷଡଯନ୍ତ୍ର, କୂଟନୀତିର ଟ୍ରାପରେ ପଡନାହିଁ। କାହାକୁ ଅନୁସରଣ କରି ନିଜ ରାସ୍ତା ବାଛ ନାହିଁ। ନିଜେ ନିଜ ପାଇଁ ଉଦାହରଣ ସୃଷ୍ଟି କର। କିଟ୍‌ର ୧୪ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏ ମାଟିର ପୁଅ ଡ.ଅଚ୍ୟୁତ ସାମନ୍ତ। ଯିଏ କି କିଟ୍‌ ଓ କିସ୍‌  ପ୍ରତିଷ୍ଠା କରିଛନ୍ତି। ଓଡିଶା ଯେମିତି ମାନବିକତା ପାଇଁ ଜଣାଶୁଣା। ଠିକ୍‌ ସେହିଭଳି ଅଚ୍ୟୁତ ସାମନ୍ତ ବି ମାନବିକତା ପାଇଁ ବେଶ ପରିଚିତ ବୋଲି କହିଥିଲେ ପ୍ରଫେସର ଗଣେଶୀ ଲାଲ୍‌।

kiit

ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ଶାନ୍ତିରେ ନୋବେଲ ପୁରସ୍କାର ପାଇଥିବା I PPNWର ପୂର୍ବତନ ଉପାଧ୍ୟକ୍ଷ ପ୍ରଫେସର ଏରନେଷ୍ଟ କାହାନ। ତାଙ୍କୁ ପ୍ରଦାନ କରାଯାଇଥିଲା ସମ୍ମାନଜନକ ଅନରିସ କାଜ ଡିଗ୍ରୀ। ସେ କହିଥିଲେ ସାରା ବିଶ୍ୱରେ ଅନେକ ସ୍ଥାନ ବୁଲିଛି। ହେଲେ କିଟ୍‌ ଓ କିସ୍‌ ଭଳି ଅନୁଷ୍ଠାନ ଦେଖିନାହିଁ।

ସେପଟେ ଜୀବନରେ ବହୁ ଶିକ୍ଷା ଲାଭ କରିଛି। ସବୁଠୁ ବଡ଼ ଶିକ୍ଷା କିସ୍‌  ଓ କିଟ୍‌ଠାରୁ ମିଳିଛି ବୋଲି କହିଛନ୍ତି, ସ୍ୱିସ ପାର୍ଲିଆମେଣ୍ଟିରିଆନ ନିକଲସ ସାମୁଏଲ ଗୁଗର। ଭାରତରେ ଜନ୍ମିତ ଗୁଗର, ସର୍ବନିମ୍ନ ମୌଳିକ ଅଧିକାରରୁ ବଂଚିତ ପିଲାଙ୍କ ପାଇଁ ଡକ୍ଟର ସାମନ୍ତଙ୍କ ଉଦ୍ୟମକୁ ବେଶ ପ୍ରଶଂସା କରିଥିଲେ।

kiit 2

ସେହିପରି ଜୀବନରେ ଆସୁଥିବା ସମସ୍ୟାକୁ କିଭଳି ସୁଯୋଗରେ ପରିବର୍ତ୍ତନ କରାଯାଏ ତାହା ଡକ୍ଟର ସାମନ୍ତଙ୍କଠାରୁ ଶିଖିବା ଦରକାର ବୋଲି କହିଥିଲେ ଆଧ୍ୟାତ୍ମିକ ଗୁରୁ ପ୍ରଭୁ ଗୌର ଗୋପାଳ ଦାସ।

କିଟ୍‌ ସମାବର୍ତ୍ତନ ଉତ୍ସବରେ ବିଭିନ୍ନ ବିଭାଗରେ  ପିଏଚଡି ଲାଭ କରିଥିବା ୭୭ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା। କିଟ୍‌  ସମାବର୍ତ୍ତନ ଉତ୍ସବରେ ଚାନସେଲର ପ୍ରଫେସର ବେଦ ପ୍ରକାଶ, ପ୍ରୋ ଚାନସଲର ପଦ୍ମଶ୍ରୀ ପ୍ରଫେସର ସୁବ୍ରତ କୁମାର ଆଚାର୍ଯ୍ୟ, ଭାଇସ ଚାନସଲର ଡକ୍ଟର ହୃଷୀକେଶ ମହାନ୍ତି, ରେଜିଷ୍ଟ୍ରାର ପ୍ରଫେସର ସସ୍ମିତା ସାମନ୍ତ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.