ଓଢ଼ଣୀ ପକାଇ ଜବରଦସ୍ତ ଠୁମକା ଲଗାଇଲେ ସପନା , ଭିଡ଼ିଓକୁ ଫ୍ଯାନ୍ସ ବାରମ୍ବାର କଲେ ଶେୟାର

ମୁମ୍ବାଇ : ହରିୟାଣାର ମୋଷ୍ଟ ପପୁଲାର ଡ୍ଯାନ୍ସର ସପନା ଚୌଧୁରୀଙ୍କ ଫ୍ଯାନ୍ସ ଖାଲି ଯେ ଭାରତରେ ଅଛନ୍ତି ତାହା ନୁହଁ ବରଂ  ବିଦେଶରେ ମଧ୍ୟ ଅନେକ ତାଙ୍କ ଦିୱାନା। ଏଣୁ ପ୍ରାୟ ସୋସିଆଲ ମିଡ଼ିଆରେ ତାଙ୍କର କିଛିନା କିଛି ଭିଡ଼ିଓ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି। ଏପରିକି ସେ ସୋସିଆଲ ମିଡ଼ିଆରେ ଶେୟାର କରିଥିବା ସାଧାରଣ ଫଟୋ ମଧ୍ୟ ବହୁ ସଂଖ୍ଯାକ ଭାଇରାଲ ହୋଇଥାଏ। ଏନେଇ ନିକଟରେ ଫେଟିଭ ଲୁକରେ ସେ ଏକ ରଙ୍ଗୋଲି କରିବାର ଫଟୋ ଖୁବ ଭାଇରାଲ ହୋଇଥିଲା।

ତେବେ ଦୀବାବଳିର ଶୁଭ ଅବସରରେ ସେ ତାଙ୍କର ଇନଷ୍ଟାଗ୍ରାମ ପେଜରେ କିଛି ଫଟୋ ଶେୟାର କରିଥିବା ବେଳେ ଏଥି ସହ ଏକ ଭିଡ଼ିଓ ବହୁତ ଭାଇରାଲ ହେଉଥିବା ନଜର ଆସିଛି। ଭିଡ଼ିଓଟିରେ ସେ ସଲୱାଲ ସୁଟ ପିନ୍ଧି ଓଢ଼ଣୀରେ ଠୁମକା ଲଗାଉଥିବା ନଜର ଆସିଥିଲେ। ଯାହା ଏବେ ହୋଇଛି ବହୁ ସଂଖ୍ଯାକ ଭାଇରାଲ। ତେବେ ଆପଣଙ୍କୁ କହିବାକୁ ଚାହିଁବୁ ଏହା ସପନାଙ୍କ ବହୁତ ପୁରୁଣା ଭିଡ଼ିଓ । ଏହି ପୁରୁଣା ଭିଡ଼ିଓକୁ ସପନାଙ୍କ ଏକ ଫ୍ଯାନ୍ସ ପେଜରେ ଶେୟାର କରାଯାଇଥିଲା। ଏହି ଭିଡ଼ିଓକୁ ବହୁତ ଫ୍ଯାନ୍ସ ଦେଖୁଥିବା ସହ ବହୁ ସଂଖ୍ଯାକ ଶେୟାର ମଧ୍ୟ କରୁଛନ୍ତି।

sapna-choudhary-

ସପନାଙ୍କ ଲୋକପ୍ରିୟତା ଏବେ କେବଳ ହରିୟାଣା ଯାଏଁ ସୀମିତ ରହିନାହିଁ। ସେ ତାଙ୍କ ଡ଼୍ୟାନ୍ସର ଜଲୱା ବଲିଉଡ଼ରେ ମଧ୍ୟ ଦେଖାଇ ସାରିଲେଣି। ଏହି ମଧ୍ୟରେ ତାଙ୍କର ୨-୩ଟି ବଲିଉଡ଼ ଆଇଟମ୍ ନମ୍ବର ମଧ୍ୟ ଆସିସାରିଛି। ତେବେ ରିଆଲିଟି ସୋ ବିଗ ବସ୍ ପରେ ସପନାଙ୍କ ଲୋକପ୍ରିୟତା ବହୁ ମାତ୍ରାରେ ବଢ଼ିଯାଇଛି। ଏପରିକି ଖୁବ ଶୀଘ୍ର ସେ ଦୋସ୍ତିକି ସାଇଡ଼ ଇଫେକ୍ଟ ନାମକ ଏକ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ମଧ୍ୟ ନଜର ଆସିବାକୁ ଯାଉଛନ୍ତି।