Below header

ଦିଲ୍ଲୀ ବିମାନ ବନ୍ଦରରେ ଡ୍ରାମା : ହାଇଜାକ୍ ନୁହେଁମ, ଭୁଲରେ ହୋଇଗଲା !

ନୂଆଦିଲ୍ଲୀ : ଏଠାକାର ଇନ୍ଦିରା ଗାନ୍ଧୀ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରରୁ ଆଜି ଆରିୟାନ୍ ଆଫଗାନ୍ ଏୟାରଲାଇନ୍ସର ଏକ ବିମାନ ହାଇଜାକ୍ ହୋଇଯାଇଥିବା ବାର୍ତ୍ତା ପଠାଇଲା । ସମସ୍ତେ ଚମକି ଗଲେ । ଘଟଣା ଘଟିଥିଲା ଅପରାହ୍ନରେ । ସେତେବେଳେ ବିମାନଟି ରନୱେରେ ଥିଲା । ଦିଲ୍ଲୀରୁ କାନ୍ଦାହାର ଯିବାକୁଥିବା ଏହି ବିମାନରେ ଥିଲେ ୧୨୪ ଜଣ ଯାତ୍ରୀ ଓ ୯ ଜଣ ବିମାନ କର୍ମଚାରୀ । ହାଇଜାକ୍ ଆଲର୍ଟ ପରେ ତୁରନ୍ତ ସୁରକ୍ଷା କର୍ମୀମାନେ ରନୱେରେ ଥିବା ଏହି ବିମାନକୁ ଘେରି ଗଲେ । ତେବେ ପରେ ଜଣାପଡ଼ଲା ଯେ ଜଣେ ସହକାରୀ ପାଇଲଟ୍ ଭୁଲରେ ହାଇଜାକ୍ ସତର୍କତା ସୂଚନା ଦେବାକୁ ଥିବା ସୁଇଚଟି ଚିପି ଦେଇଛନ୍ତି । ଏହା ପରେ ଆଉଥରେ ସମ୍ପୂର୍ଣ୍ଣ ଭାବେ ଯାତ୍ରୀଙ୍କର ଏବଂ ବିମାନର ଯାଞ୍ଚ ହୋଇ ବିମାନଟି ଯାତ୍ରା ଆରମ୍ଭ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.