ସୋର(କେ ନ୍ୟୁଜ): ବିବାହ ପରେ ପ୍ରତାରଣାରୁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ। ପ୍ରଥମେ ଫେସବୁକ ସଂପର୍କ। ପ୍ରେମ ପରେ ଶାରୀରିକ ସମ୍ପର୍କ ଓ ବିବାହ। ହେଲେ ତା ପରେ ସ୍ତ୍ରୀକୁ ଗର୍ଭବତୀ କରି ସ୍ୱାମୀ ଫେରାର ହୋଇଯାଇଛି । ହତାଶ ମହିଳାଜଣକ ଏବେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।
ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ସିମୁଳିଆ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି।
ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳର ଜଣେ ମହିଳା ସିମୁଳିଆ ଥାନା କୁପୁରା ଅଞ୍ଚଳର ଯସିମ ସାହାଜିଙ୍କ ସହ ଫେସବୁକ ଜରିଆରେ ସମ୍ପର୍କ ସ୍ଥାପନ କରିଥିଲେ । ପରେ ସେମାନଙ୍କ ପ୍ରେମ ବିବାହରେ ପରିଣତ ହୋଇଥିଲା | ସେମାନେ ବେଙ୍ଗାଳୁରୁ ଚାଲିଯାଇଥିଲେ। ମହିଳା ଜଣକ ୫ ମାସର ଗର୍ଭବତୀ ହେବା ପରେ ଅଚାନକ ଯସିମ ତାଙ୍କୁ ସେଠାରେ ଛାଡି ପଳାଇ ଆସିଥିଲା। ପରେ ଆଉ ଧରାଛୁଆଁ ଦେଲା ନାହିଁ।
ଏନେଇ ପୀଡିତା ଜୁନ ୯ରେ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ । ମାସେ ପରେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନନେବାରୁ ମହିଳା ଜଣଙ୍କ ସିମୁଳିଆ ଥାନା ଆଗରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ପୋଲିସ ମହିଳାଙ୍କୁ ଉଦ୍ଧାର କରିବା ସହ ତାଙ୍କ ଭାଇକୁ ଅଟକ ରଖି ତଦନ୍ତ ଚଳାଇଛି।