ନାଗିନ୍‌ ଡ୍ୟାନ୍ସକୁ ଟକ୍କର ଦେଉଛି ‘ଏନ୍‌କାଉଣ୍ଟର ଡ୍ୟାନ୍ସ’, ରାସ୍ତାରେ ଗଡ଼ି ବନ୍ଧୁକ ଚଲାଇ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି ଦୁଇ ବାଳକ, ଦେଖନ୍ତୁ ଭିଡିଓ

ବିବାହରେ ସାଧାରଣତଃ ଲୋକଙ୍କୁ ନାଗିନ୍‌ ଡ୍ୟାନ୍ସ କରୁଥିବାର ଦେଖିଥିବେ। ନାଗିନ୍‌ ଡ୍ୟାନ୍ସ ଭାରତରେ ବହୁତ ଫେମସ୍‌ ହୋଇଯାଇଛି ଏବଂ ଲୋକେ ଏହାକୁ ନିଜ ନିଜ ଢଙ୍ଗରେ କରିଥାଆନ୍ତି। ନାଗିନ୍‌ ଡ୍ୟାନ୍ସ ବିନା ବିବାହରେ ମଜା ଆସି ନ ଥାଏ। କିନ୍ତୁ ଏବେ ନାଗିନ୍‌ ଡ୍ୟାନ୍ସ ନୁହେଁ, ବରଂ ଟ୍ରେଣ୍ଡ କରୁଛି ‘ଏନ୍‌କାଉଣ୍ଟର ଡ୍ୟାନ୍ସ’। ଏହାର ଷ୍ଟାଇଲ୍‌ ଲୋକଙ୍କୁ ଖୁବ୍‌ ପସନ୍ଦ ଆସୁଛି।

ଏହି ଖାସ୍‌ ପ୍ରକାରର ଡ୍ୟାନ୍ସ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି କି, ଦୁଇଜଣ ବାଳକ ଏନ୍‌କାଉଣ୍ଟର ଷ୍ଟାଇଲରେ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି। ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ GiDDa ନାମକ ପେଜ୍‌ରୁ ସେୟାର କରାଯାଇଛି। ଦୁଇଜଣ ବାଳକଙ୍କ ଡ୍ୟାନ୍ସ ଦେଖି ସେଠି ଉପସ୍ଥିତ ଲୋକେ ମଧ୍ୟ ଖୁବ୍‌ ମସ୍ତି ମୁଡ୍‌କୁ ଚାଲି ଆସୁଛନ୍ତି।

ଏହି ଡ୍ୟାନ୍ସ ଷ୍ଟାଇଲରେ ଭୂମି ଉପରେ ପଡ଼ି ବନ୍ଧୁକ ଚଲାଇବାର ଷ୍ଟେପ୍‌ କରିବାକୁ ପଡ଼ିଥାଏ। ଭିଡିଓରେ ଜଣେ ବାଳକ ଚପଲକୁ ବନ୍ଧୁକ ବନାଇ ଡ୍ୟାନ୍ସ କରୁଥିବା ନଜର ଆସୁଛି। ରାସ୍ତାରେ ଗଡ଼ି ଡ୍ୟାନ୍ସ କରୁଥିବା ଏହି ଦୁଇ ବାଳକଙ୍କୁ ଦେଖି ଆପଣଙ୍କୁ ବି ଖୁବ୍‌ ମଜା ଲାଗିବ ଏବଂ ଏହି ଭାଇରାଲ ଭିଡିଓକୁ ବାରମ୍ବାର ଦେଖିବାକୁ ଇଚ୍ଛା ହେବ।

 

View this post on Instagram

 

A post shared by GiDDa CoMpAnY -mEmE pAgE- (@giedde)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.