ବ୍ରହ୍ମପୁରରେ ଆଜିଠୁ ଆରମ୍ଭ ହେବ କୋଭାକ୍‌ସିନ୍‌ ଟିକାକରଣ

ବ୍ରହ୍ମପୁର(କେ ନ୍ୟୁଜ): ବ୍ରହ୍ମପୁରରେ ଆଜିଠୁ ପ୍ରଥମ ଥର ପାଇଁ ଆରମ୍ଭ ହେବ କୋଭାକ୍‌ସିନ୍‌ ଟିକାକରଣ । ଯେଉଁମାନେ ପ୍ରଥମ ଡୋଜ୍‌ ନେବେ ସେମାନେ କୋଭାକ୍ସିନ୍‌ ନେବେ। ଯେଉଁମାନେ ପ୍ରଥମ ଡୋଜ୍‌ କୋଭିସିଲ୍‌ଡ ନେଇଛନ୍ତି, ସେମାନେ ଦ୍ୱିତୀୟ ଡୋଜ୍‌ ମଧ୍ୟ କୋଭିସିିଲ୍ଡ ନେବେ। ବ୍ରହ୍ମପୁର ସିଟି ହସ୍ପିଟାଲରେ ୧ଲକ୍ଷ ୪୦ହଜାର କୋଭାକ୍‌ସିନ୍‌ ପହଞ୍ଚିଛି।

ଭୁବନେଶ୍ୱର ପରେ ଗଞ୍ଜାମ ଜିଲ୍ଲାରେ ଦିଆଯିବ କୋଭାକ୍‌ସିନ୍‌ ଟିକା। ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ କୋଭାକ୍‌ସିନ୍‌ ଟିକା ଦେବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଓ ମହାନଗର ନିଗମକୁ ଚିଠି ଲେଖିଥିଲେ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍‌। ବର୍ତ୍ତମାନ ଜିଲ୍ଲାରେ ଟିକା ପହଞ୍ଚିବ ପରେ ଖୁସ ି ଅଛନ୍ତି ଗଞ୍ଜାମ ଜିଲ୍ଲାବାସୀ। ଗତ ଜାନୁୟାରୀରୁ ଗଞ୍ଜାମ ଜିଲ୍ଲାବାସୀଙ୍କ ଟିକାକରଣ ଚାଲିଛି।

Leave A Reply

Your email address will not be published.