Below header

ସବୁ ପ୍ରକାର ତ୍ୱଚାରୁ ବ୍ରଣ ସମସ୍ୟାକୁ ଦୂର କରିବ ଗୋଲାପ ଜଳ, ଜାଣନ୍ତୁ ଲଗାଇବା ବିଧି

ଖରାଦିନରେ ଗରମ କାରଣରୁ ପ୍ରାୟ ସମସ୍ତଙ୍କ ତ୍ୱଚାରୁ ଝାଳ ବାହାରେ । ଏମିତିକି ଯାହାର ତ୍ୱଚା ତେଲିଆ ବା ଅୟେଲ ଯୁକ୍ତ ଥାଏ ସେମାନଙ୍କର ସମସ୍ୟା ବଢ଼ିଯାଏ । ଏହି ସମୟରେ ଯଦି ଫ୍ରାଏଡ ବା ତେଲିଆ ଯୁକ୍ତ ଖାଦ୍ୟ ସେବନ କରନ୍ତି ତେବେ ମୁହଁରେ ବ୍ରଣ ସମସ୍ୟା ଆରମ୍ଭ ହୁଏ ।

ବ୍ରଣ ଏକ ଏଭଳି ସମସ୍ୟା ଯାହା ପାଇଁ ଉଭୟ ଝିଅ ଓ ପୁଅ ଚିନ୍ତାରେ ପଡିଯାନ୍ତି । ଏହାକୁ ହଟାଇବା ପାଇଁ ଅନେକ ବିଧି ଆପଣାନ୍ତି । ଏହାପାଇଁ ସେମାନେ ଚିଡ଼ଚିଡ଼ା ସ୍ୱଭାବର ମଧ୍ୟ ହୋଇଯାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏଥିପାଇଁ ସହଜ ନୁସ୍କା କହିବାକୁ ଯାଉଛୁ । ଯାହା ଖୁବ ଶୀଘ୍ର ଆପଣଙ୍କ ତ୍ୱଚା ଜନିତ ସମସ୍ୟାକୁ ଦୂର କରିବ ।

32536346
pc: very well health

ଗୋଲାପଜଳ ବ୍ରଣ ସମସ୍ୟାକୁ ସହଜରେ ଦୂର କରିବ । ଏହାକୁ ଗ୍ଲିସେରିନ ସହ ମିଶାଇ ମୁହଁରେ ଲଗାନ୍ତୁ । ରାତିରେ ଶୋଇବା ପୂର୍ବରୁ ଏହାକୁ ଲଗାଇବେ ।ଏହା ବ୍ରଣକୁ ଦୂର କରିବା ସହ ଦାଗ ହଟାଇବାରେ ସାହାଯ୍ୟ କରିବ ।

ବ୍ରଣକୁ ଦୂର କରିବା ପାଇଁ ଲେମ୍ବୁ ସହ ଗୋଲାପ ଜଳ ମିଶାଇ ମଧ୍ୟ ଲଗାଇ ପାରିବେ । ତେବେ ଯେଉଁମାନଙ୍କ ଆଲର୍ଜି ତ୍ୱଚା ସେମାନେ ପରୀକ୍ଷା କରି ଏହାକୁ ତ୍ୱଚାରେ ଆପ୍ଲାଏ କରିପାରିବେ । କାରଣ ଏଥିରେ ଇନଫ୍ଲେମେଟରୀ ଗୁଣ ରହିଥାଏ । ଏହ ବ୍ୟତିତ ଆପଣ ମୁଲତାନୀ ମାଟିରେ ଗୋଲାପ ଜଳକୁ ମିଶାଇ ଲଗାଇପାରିବେ । ଏହା କରିବା ଦ୍ୱାରା ତ୍ୱଚାରୁ ତୈଳ ଅଂଶ ଦୂର ହୋଇଯାଏ । ପିମ୍ପଲ୍ସ ସମସ୍ୟା ମଧ୍ୟ ଦୂର ହୋଇଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.