ବୌଦ୍ଧ ବଡଡୁଙ୍ଗୁରିପାଲି ଗାଁରେ ଅଭାବନୀୟ ଘଟଣା, ହତ୍ୟା କରିବାକୁ ଯାଇ ହତ୍ୟାର ଶୀକାର

ବୌଦ୍ଧ (କେନ୍ଯୁଜ୍): ହତ୍ୟା କରିବାକୁ ଯାଇ ହତ୍ୟାର ଶୀକାର। ଏପରି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ବଡଡୁଙ୍ଗୁରିପାଲି ଗାଁରେ। ମୃତକ ଜଣକ ହେଉଛନ୍ତି ନରେଶ ଭୋଇ। ପୂର୍ବ ଶତୃତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି। ଗାଁର ନକରେଶ ଭୋଇ ଓ ଲଳିତ ସାହୁଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନରୁ ଶତୃତା ଲାଗି ରହିଥିଲା।

murderତେବେ ଗତକାଲି ରାତିରେ ନରେଶ ଲଳିତଙ୍କ ଘରକୁ ଯାଇ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଲଳିତଙ୍କ ଦୁଇ ପୁଅ ନରେଶଙ୍କୁ ସେହି ଟାଙ୍ଗିଆରେ ହାଣି ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଅଧିକ ତଦନ୍ତ କରୁଛି। ନରେଶ ପୂର୍ବରୁ ଜଣେ ଯୁବକଙ୍କୁ ହତ୍ୟା ଅଭିଯୋଗରେ ସଜା କାଟି ଗତ ୬ ବର୍ଷ ହେଲା ଜେଲରେ ରହି ଜାମିନରେ ବାହାରିଥିଲେ।

Leave A Reply

Your email address will not be published.