Below header

ସ୍ୱାମୀଙ୍କ ଦ୍ୱିତୀୟ ବିବାହ ଖବର ପାଇ ଶାଶୁ ଘର ଆଗରେ ଧାରଣାରେ ପତ୍ନୀ

ମହାକାଳପଡା (କେନ୍ଯୁଜ୍): ଶାଶୁ ଘର ଆଗରେ ଧାରଣା । ସ୍ୱାମୀଙ୍କ ଦ୍ୱିତୀୟ ବିବାହ ଖବର ପାଇ ଧାରଣାରେ ବସିଲେ ପତ୍ନୀ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅଧିନ କୋଚିଳା ଗାଁର ଅଭାବନୀୟ ଘଟଣା । ମହିଳା ଜଣକ ହେଲେ ସ୍ଥାନୀୟ ବରକନ୍ଧା ଗାଁର ସୂଦର୍ଶନ ବେହେରାଙ୍କ ଝିଅ ରଶ୍ମିତା ।

୮ବର୍ଷ ପୂର୍ବେ କୋଚିଳା ଗାଁର ରାଧୁ ସାହୁଙ୍କ ପୁଅ ପ୍ରହଲ୍ଲାଦଙ୍କୁ ବିବାହ କରିଥିଲେ । ଉଭୟଙ୍କ ମଧ୍ୟରେ ମନ ମନାନ୍ତର ନେଇ ଦୀର୍ଘ ବର୍ଷ ହେବ ମାମଲା କୋର୍ଟରେ ରହିଛି । ତେବେ ସ୍ୱାମୀଙ୍କର ଦ୍ୱିତୀୟ ବିବାହ ଖବର ଶୁଣି ଦିନତମାମ ଘରେ ଆଗରେ ବସି ରହିଛନ୍ତି ରଶ୍ମିତା । ହେଲେ ଶାଶୁ ଘର ଲୋକେ ଘରେ ତାଲା ପକାଇ କେଉଁଆଡେ ଚାଲିଯାଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.