କୁଣ୍ଡଳୀରେ ଥିବା ଗ୍ରହ ଦୋଷକୁ ଦୂର କରିପାରିବ ଏହି ସବୁ ମସଲା, ଜାଣନ୍ତୁ କେମିତି କରିବେ ଉପଯୋଗ

ଭାରତ ଏକ ଏମିତି ଦେଶ ଅଛି, ଯେଉଁଠି ମସଲାର ସେବନ ଅଧିକ ମାତ୍ରାରେ କରାଯାଇଥାଏ। ଆଉ ଏହି ମସଲାଗୁଡ଼ିକର ସ୍ୱାଦ ବି ବେଶ୍‌ ନିଆରା, ଯାହାକି ଖାଦ୍ୟର ସ୍ୱାଦକୁ ବି ଦୁଇଗୁଣା କରି ଦେଇଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ସ୍ୱାଦ ବଢ଼ାଇବା ସହିତ ମସଲା ବାସ୍ତୁ ଅନୁସାରେ ବି ବହୁତ ଲାଭଦାୟକ ହୋଇଥାଏ? ଏହି ମସଲା ସହ ଜଡ଼ିତ କିଛି ଉପାୟ କରିବା ଦ୍ୱାରା ବ୍ୟକ୍ତିର ଗ୍ରହ ଦୋଷ ଦୂର ହେବା ସହିତ ଭାଗ୍ୟ ମଧ୍ୟ ବଦଳି ଯାଇପାରେ। ଆସନ୍ତୁ ଜାଣିବା ଏହି ମସଲାଗୁଡ଼ିକ ବିଷୟରେ।

ଜିରା: କୁଣ୍ଡଳୀରେ ଯଦି ରାହୁ-କେତୁ ଗ୍ରହ ଅଶାନ୍ତ ରହି ବିଭିନ୍ନ ସମସ୍ୟା ସୃଷ୍ଟି କରୁଛି, ତା’ହେଲେ ଆପଣଙ୍କୁ କରିବାକୁ ହେବ କେବଳ ଗୋଟିଏ ମାତ୍ର ଉପାୟ। ଖରାପ ଦିଗରେ ଆପଣଙ୍କ ରାହୁ, କେତୁ ଚାଲୁଥିଲେ ଶନିବାର ଦିନ ଜିରା ଦାନ କରନ୍ତୁ। ଜିରାର ସମ୍ବନ୍ଧ ରାହୁ-କେତୁ ଗ୍ରହ ସହିତ ରହିଛି।

ଲବଙ୍ଗ ଓ ଗୋଲମରିଚ: ଲବଙ୍ଗ ଓ ଗୋଲମରିଚର ସମ୍ବନ୍ଧ ଶନି ଗ୍ରହ ସହିତ ରହିଛି। ଏହାର ଉପଯୋଗ କରି ଆପଣ ନିଜ କୁଣ୍ଡଳୀରେ ଶନି ଗ୍ରହକୁ ମଜଭୁତ କରିପାରିବେ। ଏଥିପାଇଁ ଶନିବାର ଦିନ ସୋରିଷ ତେଲରେ ଲବଙ୍ଗ କିମ୍ବା ଗୋଲମରିଚ ପକାଇ ଦୀପ ଜଳାନ୍ତୁ। ଏଥିରୁ ଶନିଗ୍ରହଙ୍କ ଖରାପ ପ୍ରଭାବରୁ ମୁକ୍ତି ମିଳିପାରିବ।

ହେଙ୍ଗୁ: ହେଙ୍ଗୁର ସମ୍ବନ୍ଧ ବୁଧ ଏବଂ ବୃହସ୍ପତି ଗ୍ରହ ସହ ରହିଛି। ଏଥିପାଇଁ ଦିନରେ ଖାଦ୍ୟ ପ୍ରସ୍ତୁତ କଲା ବେଳେ ହେଙ୍ଗୁ ବ୍ୟବହାର କରନ୍ତୁ। ଏହାଦ୍ୱାରା ମନ ଶାନ୍ତ ରହିଥାଏ। ବୁଧ ଦୋଷ ଦୂର ହେବାରେ ସହାୟତା ମିଳିଥାଏ।

ପାନମଧୁରୀ: ପାନମଧୁରୀର ସମ୍ବନ୍ଧ ଶୁକ୍ର ଏବଂ ମଙ୍ଗଳ ଗ୍ରହ ସହ ରହିଛି। ବାସ୍ତୁ ଅନୁସାରେ, ପାନମଧୁରୀ ଓ ମିଶ୍ରିକୁ ଏକ ସାଥୀରେ ମିଶାଇ ଖାଇବା ଦ୍ୱାରା କୁଣ୍ଡଳୀରେ ଶୁକ୍ର ଗ୍ରହ ମଜଭୁତ ହୋଇଥାଏ।

ହଳଦୀ: ହଳଦୀର ସମ୍ବନ୍ଧ ବୃହସ୍ପତି ଗ୍ରହ ସହ ରହିଛି। କୁଣ୍ଡଳୀରେ ବୃହସ୍ପତିକୁ ମଜଭୁତ କରିବା ପାଇଁ ପକେଟରେ ହଳଦୀ ଗଣ୍ଠିଲି କିମ୍ବା ରୁମାଲରେ ଗୋଟିଏ ଚୁଟ୍‌କି ହଳଦୀ ବାନ୍ଧିକି ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.