ଅସୁସ୍ଥ, ଅସହାୟ ଶଗୁପ୍ତାଙ୍କୁ ୫ ଲକ୍ଷ ଟଙ୍କା ସହାୟତା ଦେଲେ ମାଧୁରୀ ଦୀକ୍ଷିତ

ଅଭିନେତ୍ରୀ ଶଗୁଫ୍‌ତା ଅଲୀ ଆର୍ôଥକ ସଙ୍କଟ ଦେଇ ଗତି କରୁଥିବା ବେଳେ ରୋଗରେ ପୀଡ଼ିତ ଅଛନ୍ତି । ନିକଟ ଅତୀତରେ ଏହା ସମ୍ପର୍କରେ ସୋସିଆଲ ମିଡିଆରେ ଅନେକ ଖବର ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଏହି ଖବର ଶୁଣି ସୋନୁ ସୁଦ ସହାୟତାର ହାତ ବଢ଼ାଇଥିଲେ । ପରେ ବଲିଉଡ଼ର ଅନେକ କଳାକାର ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ।

ଏହି ସମୟରେ ବଲିଉଡ଼ର ଧକ୍‌ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ଶଗୁଫ୍‌ତାଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଛନ୍ତି । ଦୀର୍ଘ ୪ ବର୍ଷ ହେଲାଣି ତାଙ୍କୁ କୌଣସି କାମ ମିଳୁନଥିଲା । ଏହାପରେ ତାଙ୍କ ପାଖକୁ ଆର୍ଥିକ ସମସ୍ୟା ମାଡି ଆସିଲା । ଶଗୁଫ୍‌ତାଙ୍କ କହିବା ଅନୁଯାୟୀ, ଗତ ୩୬ ବର୍ଷ ମଧ୍ୟରୁ ୩୨ ବର୍ଷ ବହୁତ ଭଲ କଟିଥିଲା । କିନ୍ତୁ ଗତ ୪ ବର୍ଷ ହେଲାଣି ସେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି । କରୋନା ସମୟରେ ତାଙ୍କୁ କାମ ମିଳିବା ଆହୁରି କଷ୍ଟ ହୋଇଯାଇଛି ।

କେବଳ ଏତିକି ନୁହେଁ ବରଂ ଆର୍ଥିକ ସମସ୍ୟା ସହ ରୋଗ ମଧ୍ୟ ତାଙ୍କ ଶରୀରକୁ ଗ୍ରାସ କରିଛି । ଶଗୁଫ୍‌ତା ମଧୁମେହ ରୋଗରେ ପୀଡ଼ିତ ଅଛନ୍ତି । ଦୁଃଖର ବିଷୟ ହେଲାକି ଏହାର ଚିକିତ୍ସା ପାଇଁ ତାଙ୍କ ପାଖେ ଅର୍ଥାଭାବ ରହିଛି । ଏହାସହ ମଧୁମେହ କାରଣରୁ ତାଙ୍କ ଆଖି ଉପରେ ମଧ୍ୟ ପ୍ରଭାବ ପଡ଼ିଛି । ଏଥିାପଇଁ ମାଧୁରୀ ଦୀକ୍ଷିତ ୫ଲକ୍ଷ ଟଙ୍କାର ସହାୟତା ରାଶି ଦେଇଛନ୍ତି । ଏହାସହ ଅନେକ କଳାକାର ତାଙ୍କୁ ସାହାଯ୍ୟର ହାତ ବଢ଼ାଇବା କଥା ଏବେ ସାମ୍ନାକୁ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.