Below header

ଏହି ଦେଶରେ କୁକୁର ପରି ଭୁକେ ହରିଣ, ଜାଣନ୍ତୁ କଣ ରହିଛି ଏହାର ଖାସିୟତ

କାମ୍ବୋଡିଆର ଜଙ୍ଗଲରେ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ହରିଣ ଦେଖିବାକୁ ମିଳିଛି। ଏହି ହରିଣର ବିଶେଷତ୍ୱ ହେଉଛି ଏହା କୁକୁର ପରି ଭୋକିଥାଏ। ବନ୍ୟଜନ୍ତୁ ଅଧିକାରୀଙ୍କ ସୂଚନା ଅନୁସାରେ ବିଲୁପ୍ତ ହେବା ପୂର୍ବରୁ ଏହି ହରିଣଟିକୁ ଦେଖିବାକୁ ମିଳିଛି। ଜଙ୍ଗଲ ବିଭାଗର ଅଧିକାରୀଙ୍କ କହିବା ଅନୁଯାୟୀ, ଦେଶର ବନ୍ୟଜନ୍ତୁ ସଂରକ୍ଷଣ ପ୍ରୟାସକୁ ବୃଦ୍ଧି କରିବା ପାଇଁ କାମ୍ବୋଡିଆରେ ବିଲୁପ୍ତ ପ୍ରାୟ ଏହି ହରିଣକୁ ପ୍ରଥମ ଥର ଦେଖିବା ହେଉଛି ସ୍ୱତନ୍ତ୍ର।

deer

ପରିବେଶ ମନ୍ତ୍ରଣାଳୟର ମୁଖପାତ୍ରଙ୍କ କହିବା ଅନୁଯାୟୀ,ବିଶାଳ ମଣ୍ଟଜାକ ଏହାର ଲମ୍ବା ଶିଙ୍ଗ ପାଇଁ ବେଶ ଜଣାଶୁଣା। ଏପ୍ରିଲରେ ଏହାର ଫଟୋ, ଉତ୍ତର-ପୂର୍ବ କାମ୍ବୋଡିଆର ରତ୍ନଗିରି ପ୍ରଦେଶର ବିରାଚେ ଜାତୀୟ ଉଧ୍ୟାନରେ ଏକ ଲୁକ୍କାୟିତ କ୍ୟାମେରାରେ କଏଦ ହୋଇଥିଲା। ସେବେ ଠାରୁ ଏହି ହରିଣର ସନ୍ଧାନ ପୁଣି ଆରମ୍ଭ ହୋଇଛି। କାମ୍ବୋଡିଆ ଏବଂ ସମଗ୍ର ବିଶ୍ୱ ପାଇଁ ଏହା ସବୁଠାରୁ ରୋମାଞ୍ଚକର କଥା କାମ୍ବୋଡିଆରେ ଏହି ପ୍ରକାରର ବିରଳ ତଥା ଗୁରୁତ୍ୱପୂର୍ଣ୍ଣ ପ୍ରଜାତି ତଲାସି ଜାରି ରହିଛି। ସେ କହିଛନ୍ତି, ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ସରକାରଙ୍କ ଉଦ୍ୟମର ଏହା ଏକ ସକରାତ୍ମକ ଫଳାଫଳ। ଏହି ପ୍ରଜାତି ପ୍ରଥମେ ୧୯୯୪ରେ ଭିଏତନାମ ଏବଂ ଲାଓସର ଜଙ୍ଗଲରେ ମିଳିଥିଲା। କିଛି ବର୍ଷ ପୂର୍ବରୁ ଏହି ଜଙ୍ଗଲ ନଷ୍ଟ ଓ ବେଆଇନ ଭାବେ କଟା ଯାଉଥିବା ବେଳେ ଏବେ ସ୍ଥିତିରେ ସୁଧାର ଆସିଛି। ଏହି ପାର୍କ ବନ୍ୟଜନ୍ତୁଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ପାଲଟିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.